ପାଣିରେ ଭାସୁଛି ଅଜଣା ଶବ

An unknown body is floating in the water

ବଲାଙ୍ଗୀର / (ଜଗନ୍ନାଥ ଧରୁଆ ) : କେନାଲରେ ଭାସୁଛି ଅଜଣା ଶବ । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ବେଲପଡା ଥାନା ମଟରସୋରୁମ ପଛ ପୁରୁଣାବନ୍ଧ ପାଣିରେ । ମୃତ ଯୁବକ ଜଣକ ହେଉଛନ୍ତି ଖଲିପଥର ଗାଁ ର ଖିରସିନ୍ଧୁ ବାଗ । ଖବର ଅନୂଯାୟୀ ଖିରସିନ୍ଧୁ ଘରେ କେହି ନଥିବା ବେଳେ ସେ ଏକ ବାହାଘର ପାର୍ଟିକୁ ଯାଇଥିଲେ । ହେଲେ ସେଘରକୁ ନଫେରିବାରୁ ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରୁଥିଲେ ।

ହେଲେ ଆଜି ବଲାଙ୍ଗୀର ବେଲପଡା ଥାନା ମଟରସୋରୁମ ପଛ ପୁରୁଣାବନ୍ଧ ପାଣିରେ ତାଙ୍କ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ଗାଁ ଲୋକେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ଅନ୍ୟପଟେ ମୃତ ଶରୀରରେ ଆଘାତ ଲାଗିଥିବାରୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ ।