ରାସ୍ତା ମଝିରେ ପ୍ରଜାକୋର୍ଟ , ଦଣ୍ଡ ଦେଲେ ରାଜନେତା

(ଜଗନ୍ନାଥ ଅଗ୍ରୱାଲ): ରାସ୍ତା ମଝିରେ ପ୍ରଜାକୋର୍ଟ । ମଝି ରାସ୍ତାରେ ହେଲା ଦଣ୍ଡ ବିଧାନ । ଜାତୀୟ ରାଜପଥରେ ଗାଡି ଓଭରଟେକ କରିବାରୁ ଆଣ୍ଠେଇଲେ ଓ ଗୋଇଠା ମଧ୍ୟ ଖାଇଲେ । ଘଟଣା ଘଟିଛି ଅନୁଗୋଳ ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥରେ । ଜଣେ ରାଜନେତା ରାସ୍ତାରେ ଯାଉଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ସାଇଡ୍ ମାର୍ୟିାଇଥିଲେ । ଏଥିରେ ସେ ରାଗିଯାଇ ବଅଁରପାଳ ଛକରେ ଯୁବକଙ୍କୁ ଅଟକାଇ ଦଣ୍ଡ ଦେଇଥିଲେ।

ସୂଚନା ଅନୁଯାୟୀ ପ୍ରଜାକୋର୍ଟ ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ରାଜନେତା । ସେ ରାସ୍ତାରେ ଆସୁଥିବା ସମୟରେ ଜଣେ ଯୁବକ ତାଙ୍କ ଗାଡିକୁ ଓଭରଟେକ କରି ତାଙ୍କୁ ସାଇଡି ମାରିଥିଲା। ଏହି ଘଟଣାରେ ରାଜନେତା ଜଣକ ଉତକ୍ଷିପ୍ତ ହୋଇ ବଅଁରପାଳଛକଠାରେ ସଂପୃକ୍ତ ବ୍ୟକ୍ତି ଏଭଳି ଦଣ୍ଡ ଦେଉଥିବା ଦେଖିବାକୁ ମିଳିଛି ।ସବୁଠାରୁ ବଡ କଥା ହେଲା ସଂପୃକ୍ତ ବ୍ୟକ୍ତି ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ ବି ଏହାକୁ ଅଟାଇବାକୁ ସାହସ କରିନଥିଲେ । କାରଣ ଦଣ୍ଡ ଦେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସାଂସଦଙ୍କ ପ୍ରତିନିଧି ବୋଲି ଜଣାପଡିଛି । ରାଜନେତାଙ୍କ ଏପରି କାର୍ୟ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ କାର୍ୟ୍ୟାନୁଷ୍ଠାନ ଦାବି ହୋଇଛି ।