ଗାଧେଇବା ସମୟରେ ପୋଖରୀରେ ବୁଡି ଜଣେ ମୃତ

( ଜଗନ୍ନାଥ ଅଗ୍ରୱାଲ) :ଆଜି ସକାଳ ୧୦ ରୁ ୧୦.୩୦ ମିନିଟ ସମୟରେ ବଅଁରପାଳ ବ୍ଲକ କୁରୁଡୁଲ ଗ୍ରାମର ଏକ ପୋଖରୀରେ ତ୍ରିଲୋଚନ ବିଶ୍ୱାଳଙ୍କ ୧୨ ବର୍ଷର ପୁଅ ଓମ ବିଶ୍ୱାଳ ସାଙ୍ଗମାନଙ୍କ ସହ ଗାଧେଇବା ସମୟରେ ବୁଡି ଯାଇଥିଲେ । ଫଳରେ ତାଙ୍କର ମୃତ ହେଇଛି । ଘଟଣା ସ୍ଥଳେ ଅନୁଗୋଳ ଦମକଳ ବହିନୀ ପହଂଚି ମୃତ ଦେହକୁ ଉଦ୍ଧାର କରିଥିଲେ । ପରେ ନାଲକୋ ପୋଲିସ ପହଂଚି ମୃତ ଦେହ କୁ ଶବବ୍ୟବଛଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଦେଇଛି ।