ଟ୍ୟାଙ୍କରରୁ ରନ୍ଧନ ଗ୍ୟାସ ଲିକ୍, ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଭୟର ଆତଙ୍କ

( ଜଗନ୍ନାଥ ଅଗ୍ରୱାଲ) : ଆଜି ଅନୁଗୁଳ ରାସ୍ତା ଦେଇ ଯାଉଥିବା ଏକ ଇନ୍ଧନ ଗ୍ୟାସ ଟ୍ୟାଙ୍କର ଲିକ୍ ହୋଇଥିଲା। ଏହି ଗ୍ୟାସ ଲିକ୍ ହୋଇ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି। ଫଳରେ ଚାରିଆଡେ ଗ୍ୟାସ ଗନ୍ଧ ରହିଛି। ଏହି ଗ୍ୟାସ ଲିକ୍ ହେବା ଖବର ପାଇବା ପରେ ୪ଟି ଦମକଳ ଗାଡ଼ି ଆସି ଘଟଣାସ୍ଥଳରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଅନୁଗୁଳ ଉପକଣ୍ଡ ୫୫ ନମ୍ବର ଜାତୀୟ ରାଜପଥରେ ଚନ୍ଦ୍ରବାହଲ ନିକଟରେ ଏକ ରନ୍ଧନ ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହୋଇଥିଲା। ଗ୍ୟାସ ଯେଉଁ ବାଟ ଦେଇ ଭରାଯାଏ ସେହି ପାଇପ୍ର ଏକ ସ୍ଥାନରେ ଛିଦ୍ର ଥିଲା। ଏହି ଗ୍ୟାସ ସେହି ଛିଦ୍ର ଦେଇ ଲିକ୍ ହୋଇଥିବା ଖବର ମିଳିଛି। ଫଳରେ ୫ଟି ଗ୍ରାମକୁ ଏହି ଗ୍ୟାସ ବ୍ୟାପି ଯାଇଛି। ଲୋକମାନେ ଭୟରେ ଘରେ ଚୁଲି କିମ୍ବା ଗ୍ୟାସ ନଲାଗାଇ ଘର ବାହାରେ ଅଛନ୍ତି। ୫୫ ନମ୍ବର ଜାତୀୟ ରାଜପଥରେ ମଧ୍ୟ ଗାଡ଼ି ଯାତାୟାତକୁ ବନ୍ଦ କରି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି ।