ଟଲର ଓ କାର ମୁହାଁମୁହିଁ ଧକ୍କା

( ଜଗନ୍ନାଥ ଅଗ୍ରୱାଲ) : ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁକୁଡା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟଲର ଓ କାର ମୁହାଁମୁହିଁ ଧକ୍କ ହେବା ଫଳରେ ତିନି ଜଣଙ୍କର ମୃତ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଲେ ଅଶୋକ ପୃଷ୍ଟି ଓ ହେମନ୍ତ ପୃଷ୍ଟି। ସମସ୍ତେ ସାଲେପୁର ଅଞ୍ଚଳର ହୋଇଥିବା ଜଣାପଡିଛି।କାର ଟି ସାଲେପୁର ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।କାର ରେ ଜଣେ ମହିଳା ଓ ୫ ବର୍ଷର ଶିଶୁ ଥିଲେ ମଧ୍ୟ ସେମାନେ ଅଳ୍ପକେ ବର୍ତୀ ଯାଇଥିଲେ। ଏହି ଘଟଣା ସମ୍ପର୍କରେ ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଚଳାଇଛି ।