(ଜଗନ୍ନାଥ ଅଗ୍ରୱାଲ) : ଅନୁଗୋଳ ଜିଲ୍ଲା ଆଙ୍କୁଲା ଅଞ୍ଚଳର ଜଣେ ମହିଳାଙ୍କୁ ଗତ ୧୫ତାରିଖରେ ଅସଦାଚରଣ ହୋଇଥିବା ନେଇ ଅନୁଗୋଳ ଥାନାରେ ଅଭିଯୋଗ ହୋଇଥିଲା। ହେଲେ ଏପର୍ୟ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ପାରି ନାହିଁ। ତୁରନ୍ତ ଅଭିଯୁକ୍ତ ଯୁବକଙ୍କୁ ଗିରଫ ଦାବିରେ ଆଜି ଅଲ ଇଣ୍ଡିଆ ସାଂସ୍କୃତିକ ସଙ୍ଗଠନର ଶତାଧିକ ମହିଳା ଅନୁଗୋଳ ଏସ୍ପି କାର୍ୟ୍ୟାଳୟ ଘେରାଉ କରିଛନ୍ତି।