ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

( ଜଗନ୍ନାଥ ଅଗ୍ରୱାଲ) : ଅନୁଗୋଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣି ରେ ବିଦ୍ୟୁତ ଆଘାତରେ ଜଣେ ଠିକା ଶ୍ରମିକ ମୃତ୍ୟୁ । ମୃତକ ଜଣକ ହେଲେ ବାହାଳ ଗାଁର ସନ୍ଥଚରଣ ବାରିକ ବୋଲି ଜଣାପଡିଛି । ଖଣିରେ ବିଦ୍ୟୁତ କାର୍ୟ୍ୟ ଠିକା ନେଇଥିବା ଠିକା ସଂସ୍ଥା ସଞ୍ଜୀବ କୁମାର ଶତପଥି , ଢେ଼ଙ୍କାନାଳ ଜିଲ୍ଲାର ବୋଲି ଜଣାପଡିଛି । ତେବେ ମୃତକ ଜଣକ ତାଙ୍କ ପାଖରେ କାର୍ୟ୍ୟ କରୁଥିଲେ । ତେବେ ଆଜି ଦିନ ସେ ଖୁଣ୍ଟରେ ଚଢି ଲାଇଟ ଠିକ କରୁଥିବା ସମୟରେ ଇଲେକ୍ଟ୍ରିକ ଚାର୍ଜ ହୋଇ ସେ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ସେଣ୍ଟ୍ରାଲ ହସ୍ପିଟାଲ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଠିକା ଶ୍ରମିକ ମାନେ ଧାରଣା ଦେଇଛନ୍ତି ।