( ଜଗନ୍ନାଥ ଅଗ୍ରୱାଲ) : ଖୋଲାମେଲାରେ ବୁଲୁଛି ସୁନ୍ଦର । ଆଜି ବାଘୁଣୀ ସୁନ୍ଦରୀ ଟିକରପଡା ପଞ୍ଚାୟତ ଅନ୍ତର୍ଗତ କଟରଙ୍ଗା ଗାଁ ନିକଟରେ ପହଞ୍ଚି ଯାଇଥିବା ଦେଖି ଗାଁ ଲୋକେ ଭୟଭୀତ ହେବା ସହ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସେଠାକୁ ଯାଇ ଫରେଷ୍ଟ ଅଧିକାରୀ ଏବଂ ଉତ୍ତ୍ୟକ୍ତ ଗ୍ରାମବାସୀ ଦୀର୍ଘ ସମୟ ଧରି ବାଘୁଣୀକୁ ଘେରାଉ କରି ରଖିଥିଲେ । ଏହି ବାଘୁଣୀ ଜଣେ ପରେଷ୍ଟ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଜଣାପଡିଛି ।