ଚାରି ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ମଜଦୂର ସଂଘ

(ଜଗନ୍ନାଥ ଅଗ୍ରୱାଲ) : ଆଜି ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ଭାରତୀୟ ମଜଦୂର ସଂଘ ପକ୍ଷରୁ ୪ଦଫା ଦାବି ନେଇ ଆନ୍ଦୋଳନ କରାଯାଇଛି। ଏହି ଆନ୍ଦୋଳନ ଛେଣ୍ତିପଦା ଦେବଗଡ ଛକରୁ ବାହାରି ବ୍ଲକ୍ ସମୂଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସାକ୍ଷର ଭାରତ ଅଭିଯାନ , ସ୍ଥାୟୀ ନିଯୁକ୍ତି ,କର୍ମଚାରୀଙ୍କର ବକେୟା ଅର୍ଥ ପ୍ରଦାନ ଭଳି ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ବିଡ଼ିଓ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ଦାବି ପତ୍ର ଦେଇ ଛନ୍ତି।