ସରିଲା ଲୁଚକାଳି ଖେଳ , ପଡିଲା ହାତ ଗଣ୍ଠି

(ଜଗନ୍ନାଥ ଅଗ୍ରୱାଲ) : ଶେଷରେ ପ୍ରେମିକାର ଜିଦ ଆଗରେ ହାର ମାନିଲା ପ୍ରେମିକ। ଦୀର୍ଘ ୪ବର୍ଷର ଅପେକ୍ଷା ପରେ ମୁଣ୍ଡରେ ସିନ୍ଦୁର ପିନ୍ଧିଛନ୍ତି । ଏମିତି ଘଟଣା ଘଟିଛି ଛେଣ୍ଡିପଦା ଅଞ୍ଚଳରେ। ଗୁହିରା ପଶି ଗାଁର ପ୍ରତାପ କୁଦୁଇ ଏବଂ ଛୋଟ ଗୋଳାଗାଡ଼ିଆ ଗାଁର ଲିଚୁ ବାଘ ମଧ୍ୟରେ ୪ ବର୍ଷ ତଳୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । କିନ୍ତୁ ପ୍ରେମିକ ବିଭିନ୍ନ ଆଳ ଦେଖାଇ ବିବାହ କରିବାକୁ ମନା କରୁଥିଲା। ଏଥିପାଇଁ ଅନେକ ବାର ଗାଁରେ ପଂଚାୟତ ବସିଛି କିନ୍ତୁ ଫଳ ଶୂନ। ଶେଷରେ ପ୍ରେମିକା ଛେଣ୍ଡିପଦା ଥାନାର ଦ୍ୱାରସ୍ଥ ହେଲେ। ଥାନା ଅଧିକାରୀ ଆଉ ସ୍ଥାନୀୟ ଲୋକଙ୍କ ଦୀର୍ଘ ସମୟ ବୁଝାସୁଝା ପରେ ପ୍ରେମିକ ରାଜି ହେଲେ ବାହାଘର ପାଇଁ। ଶେଷରେ ନିରାଡ଼ମ୍ବର ରେ ଛେଣ୍ଡିପଦା ଜଗନ୍ନାଥ ମନ୍ଦିରରେ ପ୍ରତାପ ଲିଚୁ କୁ ବିବାହ କରିଥିଲେ । ଏହି ଘଟଣାକୁ ଛେଣ୍ଡିପଦା ବାସୀ ଆଉ ଥାନାଅଧିକାରୀ ଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି।