ଅନୁଗୋଳ (ସୁଧାକର ସାହୁ) : ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ଜାତୀୟ ପ୍ରେସ ଦିବସ ପାଳନ କରିଛନ୍ତି । କିନ୍ତୁ ମହାସଂଘର ସମସ୍ତ ସାମ୍ବାଦିକ ଏ ବର୍ଷ ଏକ ଅଭିନଵ ଓ ନିଆରା ଢଙ୍ଗରେ ପ୍ରେସ ଦିବସ ପାଳନ କରିଥିବାରୁ ଜିଲ୍ଲା ପୋଲିସ ତରଫରୁ ମଧ୍ୟ ସଂଘକୁ ସାଧୁବାଦ ମିଳିଛି |
ଦେଶରେ ଅତ୍ୟାଧୁନିକତା ବହୁଳ ମାତ୍ରରେ ବୃଦ୍ଧି ପାଉଛି ଏହା ସହିତ ଅନଲାଇନ ଠକଙ୍କ ସଂଖ୍ୟା ମଧ୍ୟ ଅନୁରୂପ ଭାବରେ ବୃଦ୍ଧି ହେଉଛି । ତେଣୁ ଏଭଳି ଠକଙ୍କ ଠାରୁ ରକ୍ଷା ପାଇବା ପାଇଁ ସଚେତନତା ମୂଳକ ଲିଫ୍ଫିଲେଟ ବାଣ୍ଟିବା ସହ ପରିବେଶକୁ ରକ୍ଷା କରିବା ଓ ବୃକ୍ଷ ଲଗାଇବା ଭଳି ମହତ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଥିଲେ।
ଯେଉଁ ବାଇକ ଆରୋହୀ ହେଲମେଟ ପରିଧାନ କରିଥିଲେ ସେମାନଙ୍କୁ ଔଷଧୀୟ ବୃକ୍ଷ ଗିଫ୍ଟ ଆକାରରେ ପ୍ରଦାନ କରାଯାଇଥିଲା , ସେହି ଭଳି ଯେଉଁ ମାନେ ହେଲମେଟ ପରିଧାନ କରି ନ ଥିଲେ ସେମାନଙ୍କୁ ଭଲ ପାଇବାର ପ୍ରତିଶୃତିର ପ୍ରତିକ ଗୋଲାପ ଦେଇ ହେଲମେଟର ଉପକାରିତା ବୁଝାଇବା ସହ ହେଲମେଟ ପରିଧାନ କରିବାକୁ ସଚେତନ କରାଇଥିଲେ ।
ଏହି ଦିବସଟିକୁ ମହାସଂଘ ତରଫରୁ ଅନୁଗୋଳ ଜିଲ୍ଲାର ଥାନା ଛକ ଠାରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ପରୋକ୍ଷ ତତ୍ତ୍ୱଅବଧାନାରେ ଟ୍ରାଫିକ ଇନିସ୍ପେକ୍ଟର ଏହି ସଚେତନତା କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।
ସେହିଭଳି ନାଲକୋ ଟାଉନ ସିପ ଠାରେ ସବ ଇନିସ୍ପେକ୍ଟର ଦୁର୍ଯୟ କୁମାର ମହାନନ୍ଦିଆ ଓ ସବ ଇନିସ୍ପେକ୍ଟର ବିଚିତ୍ର ନନ୍ଦ ଲେଙ୍କା କାର୍ଯ୍ୟକ୍ରମ ଟିକୁ ଆଗେଇ ନେବାରେ ସାହାଯ୍ୟ କରିଥିଲେ । ମହାସଂଘର ସଭାପତି ଉକ୍ତ କାର୍ଯ୍ୟକ୍ରମକୁ ପରିଚଳନା କରିଥିବା ବେଳେ ସମ୍ପାଦକ ଲୋକଙ୍କୁ ସଚେତନ କରାଇଥିଲେ ।