ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଉପଦେଷ୍ଟା ହେଲେ ପୁର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ

(ରିପୋଟର୍ସ ଟୁଡେ,ଭୁବନେଶ୍ୱର): ପୁର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ରାଜ୍ୟ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଉପଦେଷ୍ଟା ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଆଇଟି ଓ ଇଲେକ୍ଟ୍ରୋନିକ୍ସ ଏକ ଗୁରୁତ୍ୱପୁର୍ଣ୍ଣ ବିଭାଗ । ସାଧାରଣ ଲୋକଟିଏ କିଭଳି ଏହାର ଲାଭ ପାଇ ପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ସହ କିଭଳି ଅଧିକ ପୁଞ୍ଜି ନିବେଶ କରାଯାଇପାରିବ ତା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦେବେ ବୋଲି ଅନୁଭବ କହିଛନ୍ତି ।