ଛତିଶଗଡ଼: ଛତିଶଗଡ଼ର ବିଳାସପୁର ଜିଲ୍ଲାର ଲାଲଖାଦନ ନିକଟରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ହାଓଡ଼ା ରୁଟରେ ଯାତ୍ରା କରୁଥିବା ଯାତ୍ରୀବାହୀ ଟ୍ରେନ୍ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ବେଳକୁ ବେଳ ବଢୁଛି ମୃତ୍ୟୁ ସଂଖ୍ୟା । ବର୍ଥ୍ତମାନ ସୁଦ୍ଧା ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନାରୁ ଜଣାପଡ଼ିଛି !

ଦୁର୍ଘଟଣାପରେ ରେଳ ପ୍ରଶାସନ ତୁରନ୍ତ ଘଟଣାସ୍ଥଳକୁ ଏକ ଉଦ୍ଧାରକାରୀ ଦଳ ଏବଂ ଡାକ୍ତରୀ ୟୁନିଟ୍ ପଠାଇଥିଲା। ସ୍ଥାନୀୟ ପ୍ରଶାସନ ମଧ୍ୟ ସାହାଯ୍ୟ ପାଇଁ ପହଞ୍ଚିଥିଲା। ଦୁର୍ଘଟଣା ଯୋଗୁଁ ସମଗ୍ର ରୁଟ୍ ରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଅନେକ ଟ୍ରେନ୍ ବାତିଲ କିମ୍ବା ସ୍ଥାନାନ୍ତରିତ କରାଯାଇଥିଲା। ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ରେଳବାଇ ପକ୍ଷରୁ ଏକାଧିକ ଉଦ୍ଧାରକାରୀ ଦଳ ଏବଂ ଡାକ୍ତରୀ ୟୁନିଟ୍ ଘଟଣାସ୍ଥଳକୁ ପଠାଯାଇଛି। ସ୍ଥାନୀୟ ପ୍ରଶାସନ ମଧ୍ୟ ସହାୟତା ପାଇଁ ପହଞ୍ଚିଛି। ଦୁର୍ଘଟଣା ଯୋଗୁଁ ସଂପୃକ୍ତ ରୁଟରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ୍ ବାତିଲ ହୋଇଥିବାବେଳେ ଅନେକର ଗତିପଥ ପରିବର୍ତ୍ତନ କରାଯାଇଛି। ଏକ ବ୍ୟସ୍ତବହୁଳ ରେଳପଥ ବିଳାସପୁର-କଟନି ସେକ୍ସନରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବାବେଳେ ରେଳବାଇ ତଦନ୍ତ ଆରମ୍ଭ କରିଛି।

ଜୁନ ୨, ୨୦୨୩ । ଠିକ୍ ଏହି ସମୟ । ଘଟିଥିଲା ଶତାବ୍ଦିର ଏକ ବଡ ରେଳ ଦୁର୍ଘଟଣା । ଯାଇଥିଲା ଶହ ଶହ ଜୀବନ । ଦୁର୍ଘଟଣା ଏପରି ହୋଇଥିଲା ଯେ ଶବ ଚିହ୍ନିବା ବି ମୁସ୍କିଲ ହୋଇଯାଇଥିଲା । ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ଘଟିଥିଲା ଏହି ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ କିଛି କ୍ଷଣ ମଧ୍ୟରେ ୩ଟି ଟ୍ରେନ୍ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୮୮ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ହେଲେ ଆଜି ବି ଜୀବନ୍ତ ଅଛି ସେହି କାଳ ରାତ୍ରିର ଲୋମଟାଙ୍କୁରା ଦୃଶ୍ୟ। ଠିକ୍ ଏହି ସଂନ୍ଧ୍ୟା ସମୟ । ସଞ୍ଜ ବୁଡିଲା ବେଳକୁ ସାମ୍ନାକୁ ଆସିଥିଲା ରେଳ ଦୁର୍ଘଟଣାର କରାଳ ରୂପ । ଆଉ ଆଜି ଠିକ୍ ସେହି ସମୟରେ ଆଉ ଏକ ରେଳ ଦୁର୍ଘଟଣା । ପୁଣି ସେହି ପୁରୁଣା ଜଖମକୁ ତାଜା କରିଦେଇଛି ।