ଦେହରେ କିରୋସିନ ଢାଳି ନିଜକୁ ଜାଳିଦେଇଛନ୍ତି ଆଉ ଜଣେ ଛାତ୍ରୀ

ବଡମ୍ବା:- ଏଫଏମ କଲେଜ ଘଟଣା ଥମି ନଥିବାବେଳେ ଆଉ ଜଣେ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ସାମ୍ନାକୁ ଆସିଛି। ଦେହରେ କିରୋସିନ ଢାଳି ନିଜକୁ ଜାଳିଦେଇଛନ୍ତି ଜଣେ ଛାତ୍ରୀ। ଘଟଣା ଘଟିଛି ବଡମ୍ବା ବ୍ଲକ ଅନ୍ତର୍ଗତ ସାନବାରସିଂହ ଗାଁରେ। ଛାତ୍ରୀ ଜଣକୁ ବୟସ ମାତ୍ର ୧୮ ହୋଇଥିଲା। ପ୍ରେମ ପାଇଁ ସେ ଜୀବନ ହାରିଥିବା ଜଣାପଡିଛି। ପୀଡିତାଙ୍କୁ ପ୍ରଥମେ ବଡମ୍ବା ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ପ୍ରୟାସ ସତ୍ତ୍ୱେ, ସେ ମୃତ୍ୟୁବରଣ କରିଥିଲେ।

ସୂଚନା ଅନୁଯାୟୀ, ଏହି ଘଟଣା ଏକ ବିଫଳ ପ୍ରେମ ସମ୍ପର୍କିତ ଭାବପ୍ରବଣ ଯନ୍ତ୍ରଣାରୁ ଘଟିଥିବା ଅନୁମାନ କରାଯାଉଛି । ମୃତକଙ୍କ  ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କରି ଗ୍ରାମର ଜଣେ ଯୁବଙ୍କ ସହିତ ଛାତ୍ରୀଙ୍କର ପ୍ରେମ ସମ୍ପର୍କ ଥିଲା । କିନ୍ତୁ ପରିବାର ଲୋକ ତାଙ୍କ ପ୍ରେମର ବିରୋଧୀ ଥିବାରୁ ମାନସିକ ଚାପରେ ସେ ଘରେ କେହି ନଥିବା ସମୟରେ ନିଜଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ସ୍ଥାନାନ୍ତର କରିଥିଲେ ବି ତାଙ୍କର ମୃତ୍ୟୁ ଘଟିଥିଲା ।