କଟକ: ବାହନଗା ରେଳ ଦୁର୍ଘଟଣାରେ ବଢିଲା ମୃତକଙ୍କ ସଂଖ୍ୟା । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବିହାରର ମନୀଷ କୁମାର ବୋଲି କୁହାଯାଉଛି । ସେ ଗତ ୩ ତାରିଖରେ ଏସସିବିରେ ଭର୍ତ୍ତି ହୋଇଥିଲେ । ଦୁର୍ଘଟଣାରେ ବ୍ୟାପକ ଭାବରେ କ୍ଷତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ, ସେ ସେଣ୍ଟ୍ରାଲ ଆଇସିୟୁ(ବେଡ଼ ନଂ ୧୫)ରେ ଚିକିତ୍ସିତ ହେଉଥିଲେ। ଆଜି ସାଢେ ୧ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି। ଏହାକୁ ମିଶାଇ ଏସସିବିରେ ବର୍ତ୍ତମାନ ୫ ଜଣ ଟ୍ରେନ ଟ୍ରାଜେଡିରେ ଆହତଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଏସସିବିରେ ମୋଟ ୨୨ଜଣ ବାହାନଗା ଟ୍ରେନ ଟ୍ରାଜେଡି ଆହତ ଚିକିତ୍ସା ହେଇଉନ୍ତି । ସେଥିମଧ୍ୟରୁ ୫ ଜଣ ଆଇସିୟୁରେ ଥିବା ବେଳେ ଅନ୍ୟ ୧୭ ଜଣ ୱାର୍ଡରେ ଚିକିତ୍ସାଧୀନ ରହିଛନ୍ତି। ଏବେ ଏସସିବିରେ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ତେବେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ଘଟିଛି।