ନ୍ୟୁଜିଲାଣ୍ଡ ଦଳର ଆଉ ଜଣେ ଖେଳାଳୀ ଆହତ

ଭୁବନେଶ୍ୱର: ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ପରାଜୟ ହାସଲ ପରେ ପୁଣି ନ୍ୟୁଜିଲାଣ୍ଡକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଆଗାମୀ ମ୍ୟାଚରେ ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ଥିବା ବେଳେ ମ୍ୟାଚ ପୂର୍ବରୁ କିୱି ଦଳ ପାଇଁ ଅଡୁଆ ବଢିଛି । ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଲକି ଫର୍ଗୁସନ ମାଂସପେଶୀ ଜନିତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିବା ବେଳେ ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ଆଉ ଜଣେ ଷ୍ଟାର ଖେଳାଳୀ ଆହତ ହୋଇଛନ୍ତି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ମାର୍ଟିର୍ନ ଗପ୍ଟିଲ ମଙ୍ଗଳବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହତ ହୋଇଥିବା ଜଣାଯାଇଛି ।

T20 World Cup: New Zealand's Guptill an injury doubt for India clash - News | Khaleej Times
ଏହାପୂର୍ବରୁ ଦଳର ଦ୍ରୁତ ବୋଲର ଲକି ଫର୍ଗୁସନ ମଧ୍ୟ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଆଡାମ ମିଲନେଙ୍କୁ ଦଳରେ ବିଶ୍ୱକପ ପାଇଁ ସୁଯୋଗ ମିଳିଛି । ଏହାପରେ ଗପ୍ଟିଲଙ୍କ ଆଘାତକୁ ନେଇ ୪୮ ଘଣ୍ଟା ପାଇଁ ତାଙ୍କୁ ନଜରରେ ରଖାଯାଇଛି ।