ମଣିପୁରର ଆଉ ଏକ ଭୟାନକ ଘଟଣା: ଗଣମାଧ୍ୟମରେ ପ୍ରଶାରିତ ହେଉଛି କଟାମୁଣ୍ଡ ଭିଡିଓ

ନୁଆଁଦିଲ୍ଲୀ: ମଣିପୁରର ‘କୁକି’ ସମ୍ପ୍ରଦାୟର ୨ମହିଳାଙ୍କୁ ଉଲଗ୍ନକରି ବାଟରେ ଚଲାଇବା ଭିଡିଓ ଭାଇରାଲ ହେବାର ଗୋଟିଏ ଦିନପରେ ଏବେ ପୁଣି ଏକ ଭୟାନକ ଭିଡିଓ ସାମ୍ନାକୁ ଆସିଛି ‘କୁକି’ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ କଟାମୁଣ୍ଡ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି ।
ଉକ୍ତ ଭିଡିଓରେ ଦର୍ଶାଯାଇଛି, ଡେଭିଡ ଥିଏକ୍ ନାମକ ଏକ ‘କୁକି’ ସମ୍ପ୍ରଦାୟର ବ୍ୟକ୍ତିଙ୍କ କଟାମୁଣ୍ଡକୁ ବିଷ୍ଣୁପର ଜିଲ୍ଲା ଅର୍ନ୍ତଗତ ଏକ ଗ୍ରାମରେ ବାଉଁଶବତାରେ ପୋତାଯାଇ ବାଡ଼ରେ ରଖାଯାଇଛି । ମିଳିଥିବା ସୂଚନା ଅନୁଯାଇ, ଜୁଲାଇ ୨ ତାରିଖ ରାତି ୧୨ଟା ସମୟରେ ହୋଇଥିବା ସଂଘର୍ଷ ସମୟରେ ଥାଏକ୍ ଙ୍କୁ ହତ୍ୟା କରାଯାଇଥିଲା ।ଏହି ସଂଘର୍ଷରେ ଆଉ ୩ଜଣ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଥିଲେ । ଉଲ୍ଲେଖଯୋଗ୍ୟ, ମେ ମାସରୁ ଇମ୍ଫାଲ୍ ଉପତ୍ୟକାରେ ଥିବା ସଂଖ୍ୟାଗରିଷ୍ଠ ମଣିପୁରୀ ସମ୍ପ୍ରଦାୟ ଓ ‘କୁକି’ ଜନଜାତି ମଧ୍ୟରେ ସଂଘର୍ଷ ଘଟି ଏଯାବତ୍ ୧୬୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଲାଣି।