ସରକାରୀ ସବସିଡି ହଡପ ଘଟଣାରେ ଆଉ ଜଣେ ଗିରଫ

ଭୁବନେଶ୍ୱର : କୃଷି ଯନ୍ତ୍ରପାତିରେ ନକଲି ମେସିନ ଲଗାଇବା ସହିତ ନକଲି ଚାଷୀଙ୍କ ନାମ ପଞ୍ଜିକରଣ କରି ଠକୁ ଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧିକ ଶାଖା ଦ୍ୱାରା ଜଣେ ଗିରଫ । ସରକାରି ସବସିଡି ଟଙ୍କା ହଡପ କରିବା ଘଟଣାରେ ଗିରଫ ହେଲେ ଲେନିନ୍ ଚୌଧୁରି । ଭର୍ଷାପ୍ରିୟା ଏଗ୍ରୋଟେକ କମ୍ପାନୀର ଲଗ ଇନ ଆଇଡି ବ୍ୟବହାର କରି ୫ କୋଟି ଠକି ଥିବା ନେଇ କମ୍ପାନୀର ଡାଇରେକ୍ଟରଙ୍କ ଦ୍ୱାରା ଏକ ମାମଲା ଦାୟର ହୋଇଥିଲା । ଖୁସି ଏଗ୍ରୋଟେକ କମ୍ପାନୀ ମାଲିକ ଲେଲିନ ଚୌଧୁରି ଓ ଭର୍ଷାପ୍ରିୟା କମ୍ପାନୀର ରିଜିଓନାଲ ମ୍ୟାନେଜର ଶ୍ରୀ ନାଥ ରାଣା ମିସି ୫୦୦ ଧାନ ରୋପଣକାରୀ ମେସିନରେ ନକଲି ଯନ୍ତ୍ରପାତି ଲଗାଇ ଚାଷୀ ମାନଙ୍କୁ ବତରଣ କରାଯାଇଥିଲା ।