ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏସଏମସି ଚେୟାରପର୍ସନ ପ୍ରମିଳା ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ମୃତିକା ଶିଳ୍ପୀ ଦୁଲ୍ଲଭ ରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍ଘାଟନ କରିଥିଲେ।

ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ଦଣ୍ଡସେନା ଯୋଗଦେଇ ବିଦ୍ୟାଳୟର ଉନ୍ନତି ପାଇଁ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗର ହାତ ବଢ଼ାଇବାକୁ ପ୍ରେରଣା ଦେଇଥିଲେ। ସିଆରସିସି ନରେନ୍ଦ୍ର ପୁରୋହିତ, ଅଙ୍ଗନୱାଡି କର୍ମୀ ସୌଦାମିନୀ ମାଝୀ, ପଂଚସଖା ଶିକ୍ଷାସେତୁ ସଭାପତି କପିଳାସ ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇ ମନଯୋଗୀ ହୋଇ ପାଠପଢି ଉଜ୍ଜ୍ଵଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନକରି ଉତ୍ସାହିତ କରିଥିଲେ। ବରିଷ୍ଠ ଶିକ୍ଷକ ଅଭିରାମ ପରାଭୂଏ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦ ବାର୍ଷିକ ବିବରଣୀ ପଠନ କରିଥିଲେ।

ଛାତ୍ରୀମାନେ ସ୍ବାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନଦେଇ ସ୍ବାଗତ କରିଥିଲେ। ଶିକ୍ଷକ ଅଭିରାମ ପରାଭୂଏ ସଭାପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ରଶ୍ମିତା କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରାହ୍ମଣୀପାଲି ଗ୍ରାମବାସୀ, ଏସଏମସି ସଭ୍ୟସଭ୍ୟା, ଶତାଧୂକ ଛାତ୍ରଛାତ୍ରୀ ଓ ଅବିଭାବକ ଭାଗନେଇ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା।