ବିନତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ୍ ଗୋପାଳପୁର କ୍ଲଷ୍ଟର୍ ଅନ୍ତର୍ଗତ ବିନତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ନିଶାକର ନାଥଙ୍କ ସଭାପତିତ୍ୱରେ, ମୁଖ୍ୟ ଅତିଥି ରୂପେ ଗୋପାଳପୁର ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ତପନ ସାହୁ ଓ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ନିମାଇଁ ପାଣି ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହିବଳି ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ ନନ୍ଦ ଓ ଉପସଭାପତି ସ୍ବର୍ଣ୍ଣଲତା ନାୟକ ଯୋଗ ଦେଇଥିଲେ ।  ଶିକ୍ଷୟିତ୍ରୀ ସଂଧ୍ୟାରାଣୀ ମହାନ୍ତି, ସୁଚିସ୍ମିତା ଖଟୁଆ ଲକ୍ଷ୍ମୀପ୍ରିୟା ନାୟକ ନନ୍ଦିନୀ ସାମଲ, ମୋନାଲିସା ଭୂୟାଁ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ । ଏଥିରେ ପିଲାମାନଙ୍କୁ ନେଇ ନୃତ୍ୟ ଏବଂ ସଂଗୀତ ଭଳି  ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏବଂ ବାର୍ଷିକ କ୍ରୀଡାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।