ରାଇରଙ୍ଗପୁର / ସତ୍ୟାନାରୟଣ ପାଲ : ସ୍ଥାନୀୟ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଏବଂ ପାଞ୍ଚପିଢ ସବ୍ ଡିଭିଜନ ର ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ପ୍ରଦୀପ କୁମାର ମହାନ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋରୁମହିଷାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ତଥା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଥିଲେ । ରବୀନ୍ଦ୍ରନାଥ ମିଶ୍ର ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଗୋରୁମହିଷାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ । ସଭା ପରିଚାଳନା କରିଥିଲେ ସୁଦୂରରୁ ଆସିଥିବା ହରିଶ୍ଚନ୍ଦ୍ର ରାଉତ; ଅବସର ପ୍ରାପ୍ତ ଶାରିରୀକ ଶିକ୍ଷା ଶିକ୍ଷକ ଅଂଳା ସରକାରୀ ଉଚ୍ଚ ବିଦ୍ୟାଳୟ , କାର୍ଯ୍ୟରତ ଉମାକାନ୍ତ ବେହେରା ଶାରିରୀକ ଶିକ୍ଷା ଶିକ୍ଷକ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ, ସଂଘର ସଂପାଦକ ବାର୍ଷିକ ବିବରଣୀ ପାଠ କରି ସଂଘ କୁ ମଜବୁତ୍ କରିବା ଦିଗରେ ଅଭିଭାଷଣ ପ୍ରଦାନ କରିଥିଲେ। କୋଷାଧ୍ୟକ୍ଷ କେଶବ ଚନ୍ଦ୍ର ବେହେରା ବହଳଦା ଉଚ୍ଚ ବିଦ୍ୟାଳୟ ଶାରୀରିକ ଶିକ୍ଷା ଶିକ୍ଷକ ଏବଂ ଦେବେନ୍ଦ୍ର ମହାନ୍ତ ଶିମିଳିପାଳ ଉଚ୍ଚ ବିଦ୍ୟାଳୟ ଖେଳ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଅଭିଭାଷଣ ରଖିଥିଲେ । ପଞ୍ଚପିଢ ର ବଡ଼ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶାରିରୀକ ଶିକ୍ଷା ଶିକ୍ଷକ କାର୍ଯ୍ୟରୁ ଅବସର ନେଇଥିବା ଶ୍ରୀଯୁକ୍ତ ଶମ୍ଭୁନାଥ ମହନ୍ତଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ଧନପୁର ର ଶାରିରୀକ ଶିକ୍ଷା ଶିକ୍ଷକ ଶ୍ରୀଯୁକ୍ତ ଅମିନ କୁମାର ମହାନ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୟୂରଭଞ୍ଜ ର ସଂପାଦକ ଅବସର ପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ କାନ୍ତ ଚରଣ ମହାନ୍ତ, ଡମ୍ବରୁଧର ମହାନ୍ତ, ଦଶରଥ ମହାନ୍ତ, ସୁଗ୍ରୀବର ମହାନ୍ତ, ପ୍ରହ୍ଲାଦ ମହାନ୍ତ, ଯୋଗେନ୍ଦ୍ର ମହାନ୍ତ ଏବଂ କାର୍ଯ୍ୟରତ ଶାରିରୀକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ରଞ୍ଜନ ସାହୁ, ରଜତ ମହାନ୍ତ,କେଦାର ମହାନ୍ତ,ଜୟକୃଷ୍ଣ ରାଉତ, ବାଞ୍ଛାନିଧି ଗିରି, ଜଗନ୍ନାଥ ଗିରି, ଇନ୍ଦିରା ସାହୁ, ଜନ୍ମେଞ୍ଜୟ ମହାନ୍ତ, ପ୍ରତାପ, ଦମୟନ୍ତୀ, ଜଗତଜିତ, ଡମ୍ବରୁଧର,ସଞ୍ଜୀବ ଅଜୟ,ଭାରତୀ, ଅବନୀ, ଜଳଧର ଏବଂ ଦୁଇ ସବ୍ ଡିଭିଜନର ପ୍ରତ୍ୟେକ ବିଦ୍ୟାଳୟର ଶାରୀରିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ସଭାକୁ ସାଫଲ୍ୟ କରିଥିଲେ। ଶେଷରେ ଶ୍ରୀଯୁକ୍ତ ଅଧୀର ନନ୍ଦ କାର୍ଯ୍ୟରତ ଶାରୀରିକ ଶିକ୍ଷା ଶିକ୍ଷକ ଜନତା ଉଚ୍ଚ ବିଦ୍ୟାଳୟ ଜୟପୁର ଧନ୍ୟବାଦ୍ ଅର୍ପଣ କରିଥିଲେ।