ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ ଠାରେ, ମା ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।  ଏହି ସପ୍ତଦଶ ବାର୍ଷିକ ଉତ୍ସବର. ରାମଚନ୍ଦ୍ର ବୈରୀଗଞ୍ଜନ ସଭାପତିତ୍ୱ କରିଥିଲେ । ମାନସିଂହ ସାହିତ୍ୟ ସଂସଦର ସଭାପତି ତଥା ଶିକ୍ଷାବିତ ବିଷ୍ଣୁ ପ୍ରସାଦ ଦଳେଇ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଭାବେ ଯୁବ ସାମାଜିକ କର୍ମୀ ତଥା ଅବସର ପ୍ରାପ୍ତ ସୈନିକ ଦୀପକ କୁମାର ଜେନା ଯୋଗ ଦେଇଥିଲେ । କୁନି କୁନି ପିଲା ଦେଶର ଭବିଷ୍ୟତ । ଶିଶୁ ମନ୍ଦିରରେ ସେମାନେ  ନିଜକୁ କିପରି ଭଲ ମଣିଷ ଭାବେ ଗଢି ତୋଳିବେ, ସେ ନେଇ ଉପଦେଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଭାରତୀୟ ଶିକ୍ଷା ବିକାଶର ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଶୋଇ ଯୋଗଦେଇ ଉତ୍ତମ ଶିକ୍ଷା ଅର୍ଜନ କରି ଦେଶ ଜାତିର ମାନ ରଖିବା ପାଇଁ କହିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଉଲ୍ଲାସ ଚନ୍ଦ୍ର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟ ର ଶିକ୍ଷ୍ୟାର୍ଥୀ ମାନେ ଗୀତ, ନାଚ, ଆଦି କଳା ପ୍ରଦର୍ଶନ କରିଥିଲେ। କୃତି ଅର୍ଜନ କରିଥିବା ଶିକ୍ଷାର୍ଥୀଙ୍କୁ ମାନପତ୍ର ଓ ସିଲ ଆଦି ପ୍ରଦାନ କରାଯାଇଥିଲା।