ଅବସରପ୍ରାପ୍ତ ସୈନିକ ବାର୍ଷିକ ପାରିବାରିକ ସମ୍ମିଳନୀ ଅନୁଷ୍ଠିତ

ବଇଣ୍ଡାରେ ପଞ୍ଚଧାରା ଭେଟେରେନ୍ସ ଆସୋସିଏସନର ବାର୍ଷିକ ପାରିବାରିକ ସମ୍ମିଳନୀ ନାକଚି ପଥପ୍ରାନ୍ତ ପ୍ରାଙ୍ଗଣରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା । ସେଥିରେ ଆଠମଲ୍ଲିକ, କିଶୋରନଗର, ବଇଣ୍ଡା, ଜରପଡା, କୋଶଳାଶ ଅଂଚଳର  ବହୁ ମାତ୍ରାରେ ଅବସରପ୍ରାପ୍ତ ସୈନିକ ଏବଂ ତାଙ୍କର ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ । ଆସୋସିଏସନର ପ୍ରମୋଦ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ ଏବଂ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ରଣା ସ୍ୱାଗତ ଅଭିଭାଷଣ ରଖିଥିଲେ। ସମ୍ମିଳନୀରେ ସଙ୍ଗଠନର ପୂର୍ବ ବର୍ଷର କାର୍ଯ୍ୟ କଳାପ, ଆଗାମୀ ଯୋଜନା, ସୈନିକ ମାନଙ୍କର ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କରାଗଲା 

ସମାଜ ସେବା, ଏକତା ଓ ଦେଶ ପ୍ରେମର ମୂଲ୍ୟା ବୋଧକୁ ଆହୁରି ସୁଦୃଢ଼ କରିବା ପାଇଁ ଆହ୍ବାନ ଦିଆଗଲା । ଦୁର୍ଘଟଣା ଗ୍ରସ୍ତ ଲୋକ  ମାନଙ୍କୁ ନିକଟତମ ହସ୍ପିଟାଲ ରେ ପହଞ୍ଚାଇବା, ପବ୍ଲିକ ତଥା ଡାକ୍ତରଖାନା, ମନ୍ଦିର, ବିଦ୍ୟାଳୟ ପ୍ରଭୃତିର ସଫେଇ ପ୍ରତି ଧ୍ୟାନ ଦେବା, ଯୁବପିଢି ମାନଙ୍କୁ ଶିକ୍ଷା ଦେବା ଏବଂ ଜାଗ୍ରତ କରାଇ ସେନାରେ ଭର୍ତ୍ତି କରାଇବା,  ରକ୍ଟଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କରି ନିକଟତମ ଜିଲ୍ଲା  ଡାକ୍ତର ଖାନକୁ ପଠାଇବା ଏହିପରି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବାପାଇଁ ଦୃଢ଼ ପଦକ୍ଷେପ ନିଆଗଲା । ଶେଷରେ ମହିଳା ଏଵଂ ପିଲା ମାନଙ୍କର ମେଜିକ ଚେୟାର, Quiz ପ୍ରତିଯୋଗିତା କରାଗଲା ଏଵଂ ବିଜେତା ମାନଙ୍କୁ ପୁରସ୍କାର ବଣ୍ଟନ କରାଗଲା ।  ଅଶୋକ କୁମାର ଶତପଥି,  ପ୍ରଶାନ୍ତ କୁମାର ସାହୁ, ପବିତ୍ର ରଣା, ପ୍ରଦୀପ କୁମାର ପ୍ରଧାନ, ସନ୍ତୋଷ କୁମାର ନାୟକ, ସୁନିଲ କୁମାର ପ୍ରଧାନ, ନିହାର ରଞ୍ଜନ ପ୍ରଧାନ, ଚ୍ୟବନ ପ୍ରସାଦ ପ୍ରଧାନ, ରାଜେଶ ସିଂହ ସାମନ୍ତ, ଶରତ କୁମାର ସାହୁଙ୍କ ସହଯୋଗରେ ସଭାର କାର୍ଯ୍ୟକ୍ରମ  ସମ୍ପୂର୍ଣ  ହୋଇଥିଲା । ଶେଷରେ ପ୍ରଦୀପ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।