ବଣାଇ/ରଣଜିତ କୁମାର ବାଗ:ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ ଭୁତୁଡ଼ା ପଞ୍ଚାୟତ କେମସିଳା ଗାଁର ଚରଣ ଦେହୁରୀଙ୍କ ବୃଦ୍ଧା ଅବସ୍ଥା ଯୋଗୁଁ ସେପ୍ଟେମ୍ବର ୩୦ ତାରିଖ ମୃତ୍ୟୁ ବରଣ କରିଥିବାବେଳେ ଚରଣଙ୍କ ପରିବାରକୁ ଶୁଦ୍ଧକ୍ରିୟା ପାଇଁ ଦୁଇ ହଜାର ଟଙ୍କା ଭୁତୁଡ଼ା ପଞ୍ଚାୟତ ବିକାଶ କମିଟି ସହାୟତା କରିଥିବା ଜଣା ପଡିଛି । ଉପସ୍ଥିତ ଥାଇ ପରିବାର ବର୍ଗଙ୍କୁ ସହାୟତାର ହାତ ବଢ଼ାଇଥିବା ଜଣା ପଡି ଯାହାକୁ ନେଇ ଭୁତୁଡ଼ା ପଞ୍ଚାୟତ ବିକାଶ କମିଟିର କମିଟିର କିରଣ କାଣ୍ଡୁଲନା, ରଞ୍ଜିତ ପାତ୍ର, ବିଷ୍ଣୁ ଚରଣ ପାତ୍ର, ଶାନ୍ତନୁ କେରକେଟା ଓ ଅନ୍ୟ ସମସ୍ତ ସଦଶ୍ୟ ସହାୟତାର ବଢ଼ାଇଛନ୍ତି ।
ପଞ୍ଚାୟତରେ କାହାର ଯଦି ଦୁଃଖ ପଡେ ତେବେ ସଙ୍ଗେ ସଙ୍ଗେ କମିଟିର ସଦଶ୍ୟ ସାହାରା ହୋଇ ଛିଡା ହୁଅନ୍ତି । ଦୁଃଖ ହେଉ କି ସୁଖ ସବୁ ସମୟରେ ସାହାଯ୍ୟର ହାତ ବଢେଇବା ପାଇଁ ଆଗେଇ ଆସନ୍ତି କମିଟିର ସମସ୍ତ ସଦଶ୍ୟ । ସୂଚନା ଅନୁଯାୟୀ ବିଗତ ଦିନରେ ଅନେକ ପରିବାର କୁ ଶୁଦ୍ଧିକ୍ରିୟା ପାଇଁ ସହାୟତାର ହାତ ବଢ଼ାଇଥିବା ବେଳେ, ସର୍ପା ଘାତ ବ୍ୟକ୍ତି ଙ୍କୁ ମଧ୍ୟ ତୁରନ୍ତ ଚିକିତ୍ସାଳୟ ନେଇ ଜୀବନ ବଞ୍ଚାଇବାର ମୁଖ୍ୟ ଭୂମିକା ମଧ୍ୟ ଗ୍ରହଣ କରିଛି ଏ କମିଟି ।
ଭାରତ ବର୍ଷରେ ସମସ୍ତେ ନିଜ ପରିବାର କଥା ଚିନ୍ତା କରନ୍ତି କିନ୍ତୁ ଏ ସମାଜରେ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ସମାଜ କଥା, ଦୁଃଖ ଦରିଦ୍ରଙ୍କ କଥା ଚିନ୍ତା କରନ୍ତି ଓ ସେମାନଙ୍କ ମନରେ ମଣିଷ ଜାତି ପ୍ରତି ଭଲପାଇବା ଥାଏ, ମାନବିୟତା ଥାଏ, ଦୁଃଖୀ ରଙ୍କି ହେଉ ଅବା ଅସହାୟ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଦେବଦୂତ ସାଜିଥାନ୍ତି ସେମାନେ ଓ ସେହିଭଳି ଜଣେ ପରୋପକାରୀ ସମାଜସେବୀ ଭୁତୁଡ଼ା ପଞ୍ଚାୟତ ବିକାଶ କମିଟିର ଏହି ବଦାନ୍ୟତା ପାଈଁ ସଂଘର ସମସ୍ତ ସଦଶ୍ୟଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଅଞ୍ଚଳର ଅନେକ ବୁଦ୍ଧିଜୀବୀ ।