ହସ୍ପିଟାଲରେ ଭର୍ତି ହେଲେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ

ପୁଣେ: ଗାନ୍ଧିବାଦୀ ନେତା ତଥା ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପୁଣେ ସ୍ଥିତ ରୁବୀ ହସ୍ପିଟାଲରେ ଆଡମମିଟ୍ କରାଯାଇଛି । ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ବର୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଡାକ୍ତର ।’ଛାତିରେ ଯନ୍ତ୍ରଣା ହେବାରୁ ଆନ୍ନା ହଜାରେଙ୍କୁ ଜରୁରୀକାଳୀନ ବିଭାଗରେ ଆଡମିଟ୍ କରାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଉପରେ ନଜର ରଖିଛନ୍ତି । ବର୍ତମାନ ଆନ୍ନାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।’ ରୁବୀ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ବୋଡୁମଓାଡ ସ୍ପଷ୍ଟ କରିଛନ୍ତି ।ମହାରାଷ୍ଟ୍ରରେ ରହୁଥିବା ୮୪ ବର୍ଷିୟ ଆନ୍ନା ହଜାରେ ଦେଶର ଅନେକ ବଡ ଆନ୍ଦୋଳନର ନେତୃତ୍ୱ ନେଇଥିବା ବେଳେ ସୁଚନା ଅଧିକାର ପାଇଁ ମଧ୍ୟ କାମ କରିଛନ୍ତି । ଜନ ଲୋକପାଳ ବିଲ ଆଣିବା ପାଇଁ ୨୦୧୧ ମସିହାରେ ତାଙ୍କର ଆମରନ ଅନଶନ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଥିଲା । କୋଟି କୋଟି ଲୋକଙ୍କ ସମର୍ଥନ ମଧ୍ୟ ପାଇଥିଲେ । ଭାରତ ସରକାର ଆନ୍ନା ହଜାରେଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଛନ୍ତି ।