ଅନୁଗୁଳ : ଘଲଗାଣ ବର୍ଷାରେ ଅନୁଗନଳ ସ୍ଥିତି ଖରାପ ହେବାରେ ଲାଗିଛି । ଅନୁଗନଳର ଛେଣ୍ଡିପଦା ବ୍ଲକର ଭଟପାଲ ପୋଲ ଭାସିଯାଇଛି । ଯାହା ଫଳରେ ୪ ଗାଁକୁ ଯୋଗାଯୋଗ ବଚ୍ଛିନ୍ନ ହୋଇଛି । ଗଡମଣ୍ଡଳରୁ ନୂଆଗାଁ, ମାରୁଢ଼ିପ, କଣଲୋଇ ଓ କର୍ଣ୍ଣପାଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ୫୫ ନମ୍ବର ଜାତୀୟ ରାଜପଥରେ କାଣ୍ଡସର ନିକଟରେ ରାସ୍ତା ଉପରେ ଚାଲୁଛି ୪ ଫୁଟର ପାଣି । ତଳିଆ ଅଞ୍ଚଳ ଗୁଡିକରେ ଲୋକଙ୍କ ଘରେ ପାଣି ପଶିଛି । ୨ ଦିନର ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ ।