ବାଳସୁଧାର ଗୃହରେ ପିଲାଙ୍କୁ ଅଣଦେଖା

(ଜଗନ୍ନାଥ ଅଗ୍ରୱାଲ): ଅନୁଗୋଳ ଜିଲ୍ଲା ଜୁଭେନାଇଲ ଜେଲ ବା ବାଳସୁଧାର ଗୃହରେ ପିଲାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ତା ସହ ଅସ୍ୱାସ୍ଥ୍ୟକର ଖାଦ୍ୟ ଦିଆଯାଉଛି ବୋଲି ଅନ୍ତେବାସୀ ମାନେ ଅଭିଯୋଗ ଆଣିଛନ୍ତି । ଏହି ବାଳ ସୁଧାର ଗୃହରେ ପ୍ରାୟ ୭୯ ଜଣ ପିଲା ରହୁଛନ୍ତି । ସମସ୍ତ ଅନ୍ତେବାସୀମାନେ ଏହାକୁ ବିରୋଦ୍ଧ କରି ମଙ୍ଗଳବାର ସକାଳୁ ମୁ୍ଖ୍ୟ ଫାଟକରେ ବିକ୍ଷୋଭ ପ୍ରଦର୍ଶନ କାରିଥିଲେ । କେର୍ଟର ଚୌକିଦାରଙ୍କୁ ଅନ୍ତେବାସୀ ମାଡ଼ ମାରିବା ସହ ଗୋଟିଏ ଘରେ ବନ୍ଦ କରିଦେଇଛନ୍ତି । ଏପରିକି ଜୁଭେନାଇଲ ସ୍କୁଲରେ ଅଗ୍ନିକାଣ୍ଡ ଘଟାଇଥିବା ମଧ୍ୟ ସୂଚନା ମିଳିଛି । ପରିବେକ୍ଷଣ ନିରୀକ୍ଷକଙ୍କ ବଦଳି ପାଇଁ ଦାବି ହୋଇଛି । ଘଟଣା ସ୍ଥଳରେ ଅନୁଗୋଳ ଏସ୍ପି ମିତ୍ରଭାନୁ ମହାପାତ୍ର, ସବକଲେକ୍ଟର ବାସୁଦେବ ସତପଥୀ, ଏସଡିପିଓ ହରିହର ପାଣି ପ୍ରମୁଖ ପହଞ୍ଚି ବୁଝାଶୁଝା କରୁଛନ୍ତି । ଚାପା ଉତ୍ତେଜନା ଦେଖାଦେଇଥିବାରୁ ଜେଲ ବାହାରେ ଶତାଧିକ ପୋଲିସ କର୍ମଚାରୀ ମୂତୟନ କରାଯାଇଛି ।

ଅନୁଗୋଳ ଜିଲା ଜୁଭେନାଇଲ ଜେଲ(ବାଳ ସୁଧାର ଗୃହ)ରେ ପ୍ରାୟ ୭୯ ପିଲା ରହୁଛନ୍ତି। ସେମାନଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ୟାତନା ଦିଆଯାଉଛି। ଠିକ୍ଭାବେ ଖାଇବାକୁ ଦିଆଯାଉ ନ ଥିବା ବେଳେ ଅଧିକାଂଶ ସମୟରେ ଅସ୍ବାସ୍ଥ୍ୟକର ଖାଦ୍ୟ ଦିଆଯାଉଛି। ଏହାର ପ୍ରତିବାଦରେ ଅନ୍ତେବାସୀମାନେ ମଙ୍ଗଳବାର ସକାଳୁ ବାଳ ସୁଧାର ଗୃହ ମୁଖ୍ୟ ଗେଟ ଭିତରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରିବେକ୍ଷଣ ନିରୀକ୍ଷକଙ୍କୁ ବଦଳି କରାଯିବାକୁ ସେମାନେ ଦାବି କରିଛନ୍ତି। ଜୁଭେନାଇଲ କୋର୍ଟ ଚୌକିଦାରଙ୍କୁ ଅନ୍ତେବାସୀମାନେ ମାଡ଼ ମାରିବା ସହ ଗୋଟିଏ ଘରେ ବନ୍ଦ କରିଦେଇଛନ୍ତି। ଜୁଭେନାଇଲ ସ୍କୁଲରେ ଅଗ୍ନିକାଣ୍ଡ ଘଟାଇଥିବା ମଧ୍ୟ ସୂଚନା ମିଳିଛି। ଘଟଣାସ୍ଥଳରେ ଅନୁଗୋଳ ଏସ୍ପି ମିତ୍ରଭାନୁ ମହାପାତ୍ର, ସବ୍କଲେକ୍ଟର ବାସୁଦେବ ସତପଥୀ, ଏସଡିପିଓ ହରିହର ପାଣି ପ୍ରମୁଖ ପହଞ୍ଚି ବୁଝାଶୁଝା କରୁଛନ୍ତି। ଚାପା ଉତ୍ତେଜନା ଦେଖାଦେଇଥିବାରୁ ଜୁଭେନାଇଲ୍ ଜେଲ ବାହାରେ ଶତାଧିକ ପୋଲିସ କର୍ମଚାରୀ ଉପସ୍ଥିତ ଅଛନ୍ତି।