ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀ ରେ ବୁଡି ଛାତ୍ର ମୃତ

(ଜଗନ୍ନାଥ ଅଗ୍ରୱାଲ) : ଅନୁଗୋଳ ଜିଲ୍ଲା ନିଶା ଗ୍ରାମରେ ଅଘଟଣ । ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀ ରେ ବୁଡି ଛାତ୍ର ମୃତ । ମୃତ ଛାତ୍ର ଜଣକ ହେଲେ ଚନ୍ଦନ ପରିଡା । ସେ ନିଶା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର। ବସନ୍ତ ପରିଡାଙ୍କ ପୁଅ ଚନ୍ଦନ ପରିଡା (୧୫) ଆଜି ପୋଖରୀ (ଖାଣ୍ଡରା ବାହାଳ) ରେ ଗଣେଶ ମୂର୍ତ୍ତି ଵିସର୍ଜନ କରିବାକୁ ଯାଇ ବୁଡି ଯାଇଥିଲା । ତେବେ ଘଟଣା ସ୍ଥଳରେ ଶିକ୍ଷକ ଏବଂ ଅନେକ ଛାତ୍ର ଛାତ୍ରୀ ଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରିପାରି ନଥିଲେ । ଫଳରେ ତଙ୍କର ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।