ଫେରିଯିବ କି ବାଘୁଣୀ ସୁନ୍ଦରୀ ..??

(ଜଗନ୍ନାଥ ଅଗ୍ରଓା୍ୱଲ) : ସାତକୋଶିଆରେ ‘ସୁନ୍ଦରୀ’ ବାଘୁଣୀ ପାଇଁ ବନ ବିଭାଗର ନିଦ ହଜିଯାଇଛି। ଗତ ବୁଧବାର ଜଣେ ମହିଳାଙ୍କୁ ବାଘୁଣୀ ମାରିଥିବା ଅଭିଯୋଗ ହେବା ପରେ ବିଭାଗର ଚିନ୍ତା ବଢ଼ିଯାଇଛି। ବାଘୁଣୀକୁ ସାତକୋଶିଆରେ ରଖାଯିବ ନା ମଧ୍ୟପ୍ରଦେଶ ଫେରାଇ ନିଆଯିବ ସେନେଇ ସରକାର କିଛି ନିଷ୍ପତ୍ତି ନେଇପାରୁନାହାନ୍ତି। ସେପଟେ ଏହି ଘଟଣା ପାଇଁ ଶନିବାର ସାତକୋଶିଆରେ କେନ୍ଦ୍ରୀୟ ଟିମ୍ ଆସି ପହଞ୍ଚତ୍ଛି। ଓ୍ବାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ(ଡବ୍ଲ୍ୟୁସିସିବି) ଏବଂ ଓ୍ବାଇଲ୍ଡ ଲାଇଫ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଡବ୍ଲ୍ୟୁଆଇଆଇ)ର ସଦସ୍ୟମାନେ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ହାତିବାଡ଼ିରେ ହୋଇଥିବା ମହିଳାଙ୍କ ମୃତ୍ୟୁର ତଦନ୍ତ ପାଇଁ ଅନୁଗୋଳରେ ଡବ୍ଲ୍ୟୁସିସିବିର କ୍ରାଇମବ୍ରାଞ୍ଚ, ସିଆଇଡି ଓ ସ୍ପେଶାଲ ଇନ୍ଭେଷ୍ଟିଗେଶନ ଟିମ୍ ଆସିଛନ୍ତି। ଏଥି ସହିତ ଟିକରପଡ଼ାରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ବନ ବିଭାଗର ହୋଇଥିବା କ୍ଷୟକ୍ଷତି ଆକଳନ କରିବା ପାଇଁ ଆଉ ଏକ ଟିମ୍ ଯାଇଛନ୍ତି। ‘ସୁନ୍ଦରୀ’ ବାଘୁଣୀର ଗତିବିଧି ଉପରେ ନଜର ରଖିବା ସହିତ ସୁରକ୍ଷିତ ସ୍ଥାନରେ ତାକୁ କିପରି କାବୁ କରାଯିବ ସେଥିପାଇଁ ଡବ୍ଲ୍ୟୁଆଇଆଇର ଡ. ରମେଶଙ୍କ ନେତୃତ୍ୱରେ ଏକ ଟିମ୍ ଅନୁଗୋଳରେ ପହଞ୍ଚତ୍ଛି। ସେପଟେ ସୁନ୍ଦରୀ ଏକ ଗାଈକୁ ମାରିଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ବନ ବିଭାଗ ଅସ୍ବୀକାର କରିଛି।
ସମ୍ପ୍ରତି ସାତକୋଶିଆ ଅଞ୍ଚଳରେ ଅନୁଗୁଳ ଜିଲା ପ୍ରଶାସନ ପନ୍ଦର ତାରିଖ ସୁଦ୍ଧା ସୁନ୍ଦରୀ କୁ ଫେରେଇ ନେବା ପାଇଁ ଦେଇଥିବା ଲିଖିତ ପ୍ରତିଶୃତି ପାଳନ ନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଛ କହିଥିବା ର ଆରୋପ ମଧ୍ୟ ଲଗାଯାଉଛି। କିନ୍ତୁ ସେମାନେ ଏହା କରିବାକୁ ବାଧ୍ୟ ହୋଇଥିବେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି କୁ ଏଡ଼ାଇବା ପାଇଁ। ସେଠାରେ ଯେଉଁ ପରିସ୍ଥିତି ଥିଲା କଣ ଯେ ଅପ୍ରୀତିକର ଘଟଣା ଘଟି ଯାଇଥାନ୍ତା ତାହା କଳ୍ପନା କରିବା ମଧ୍ୟ ବହୁତ କଷ୍ଟ।ଆମେ ସମାଲୋଚନା କରିବା ପୂର୍ବରୁ ପରିସ୍ଥିତି ବିଷୟରେ ଚିନ୍ତା କରିବା କଥା। ହଁ ଏବେ କିନ୍ତୁ ଯେଉଁ ବନବିଭାଗ କର୍ମଚାରୀ ମାନେ ତମାମ ଗାଇଡ଼ଲାଇନ କୁ ଫୁ କରି ବ୍ୟାଘ୍ର ପାଳୁଛନ୍ତି ଆଉ ସେମାନଙ୍କ ପାଇଁ ଏହି ପ୍ରକାର ପରିସ୍ଥିତି ସୃଷ୍ଟି ହେଉଛି, ସେମାନଙ୍କୁ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ପରିସର ଭୁକ୍ତ ତୁରନ୍ତ କରିବା କଥା। ତାହା ହେଲେ ସାଧାରଣ ଜନତାଙ୍କ ଭରସା ପ୍ରଶାସନ ଉପରେ ରହିବ, ନଚେତ ଜନତା ପ୍ରଶାସନିକ ଅଧିକାରୀ ମାନଙ୍କୁ ବିଚ ରାସ୍ତାରେ ମିଛୁଆ ବୋଲି କହୁଥିବେ, ଯାହା ଠିକ ନୁହେଁ।