(ଜଗନ୍ନାଥ ଅଗ୍ରୱାଲ) : ମୃତଦେହ ଉଦ୍ଧାର । ଅନୁଗୋଳ କିଶୋରନଗର ଥାନା ସାହାଜ ବାଳି ଗ୍ରାମର ସୁରତି ନାୟକ ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର । ଗତ ୭ ଦିନ ହେବ ସୁରଥୀ ନିଖୋଜ ଥିଲେ । ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ପାରିନଥିଲା । ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିବା ବେଳେ ପରିବାର ଲୋକେ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ ପ୍ରତିବାଦରେ ପରିବାର ଲୋକେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ସେପଟେ ଘଟଣା ସ୍ଥଳରେ ପୋଲିସ ପହଁଚି ବୁଝାସୁଝା କରିଥିଲେ ମଧ୍ୟ ଘଟଣା ସ୍ଥଳରେ ଏବେବି ଉତେଜନା ଲାଗିରହିଛି ।