ଆଶାକର୍ମୀଙ୍କ ପାଇଁ ଖୁସି ଖବର, ଦୀପାବଳୀ ଭେଟି ଦେଲେ କେନ୍ଦ୍ର ସରକାର

(ରିପୋର୍ଟସଟୁଡେ) : ଆଗକୁ ଆସୁଛି ଦୀପାବଳୀ ଆଶା କର୍ମୀଙ୍କୁ ଖୁସି କରେଇବା ପାଇଁ ଆଶାକର୍ମୀଙ୍କୁ ଦୀପାବଳୀ ଭେଟି । ଆଶା କର୍ମୀଙ୍କ ପାଉଣା ବଢାଇଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ଆଶା କର୍ମୀଙ୍କ ଗସ୍ତ ପାଉଣା ୨୫୦ଟଙ୍କାରୁ ୩ଶହ ଟଙ୍କା ବୃଦ୍ଧି କରିଛନ୍ତି । ପ୍ରତିମାସରେ ୨୦ଟି ଗସ୍ତ ପାଇଁ ଆଶା କର୍ମୀଙ୍କୁ ୫ହଜାର ଟଙ୍କା ମିଳୁଥିଲା । ଏବେ ସେମାନଙ୍କୁ ୬ହଜାର ଟଙ୍କା ମିଳିବ । ଗାଁରେ ଗର୍ଭବତୀ ମହିଳାଙ୍କୁ ସଚେତନ କରାଇବା ସହ ସେମାନଙ୍କର ନାମ ପଞ୍ଜୀକରଣ ଓ ପ୍ରସବ ସମୟରେ ସେମାନଙ୍କୁ ହସ୍ପିଟାଲ ନେଇଥାନ୍ତି ଆଶାକର୍ମୀ ।