ନୂଆପଡ଼ା: ପୁଣି ମଣିଷକୁ ଖାଇଲା ବାଘ । ନୂଆପଡ଼ାରେ ମହିଳାଙ୍କୁ ମାରି ଖାଇଗଲା ରକ୍ତମୁଖା ବାଘ । ସଦର ରେଞ୍ଜ ଅନ୍ତର୍ଗତ ସିଲିଆରିବାହାରା ଗାଁରେ ଜଣେ ମହିଳାଙ୍କୁ ବାଘ ଟାଣି ନେଇ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। ଗତକାଲି ମହିଳା ଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ । ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ । ଜଙ୍ଗଲରେ ମାରିଖାଇ ଦେଇଥିବା ଅଭିଯୋଗ ହୋଇଛି। ଜଙ୍ଗଲରେ ମୃତ ମହିଳାଙ୍କ ମୁଣ୍ଡ ଓ ଗଣ୍ଡି ପଡ଼ିଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି । ଖବର ପାଇ ନୂଆପଡା ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ତଦନ୍ତ କରୁଛନ୍ତି । ସେପଟେ ଟିଟିଲାଗଡ ରେଞ୍ଜ ଅଧିନସ୍ଥ ବଡ଼ମାଳ ଅଞ୍ଚଳରେ ଏକ ଚିତା ବାଘ ବୁଲୁଥିବା ଦୃଶ୍ୟ ସାମନାକୁ ଆସିଛି । ଗୋଳାବାରୁଦ କାରଖାନା ନିକଟରେ ଥିବା ସୌର ପ୍ରକଳ୍ପ କାର୍ଯ୍ୟାଳୟ ତାର ବାଡ଼ ଦେଇ ଏକ ଚିତା ବାଘ ପ୍ରବେଶ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ପ୍ରକଳ୍ପପର କର୍ମଚାରୀ ଟିଟିଲାଗଡ ବନବିଭାଗକୁ ଅବଗତ କରାଇଛନ୍ତି । ଘଟଣାସ୍ଥଳକୁ ବଡ଼ମାଳ ବନ ବିଭାଗର ଏକ ଟିମ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି । ପୂର୍ବରୁ ଜଣେ ନାବାଳକକୁ ମାରି ଖାଇଥିଲା କଲରାପତରିଆ ବାଘ।