ବ୍ରହ୍ମପୁର: ପୁଣି ନକଲି ତିନୋଟି ନକଲି ଗୁଟଖା କରାଖାନା ଠାବ । ଏହାର ମୂଲ୍ୟ ଅଢେ଼ଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ କରିଛି ପୋଲିସ । ଏ ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ବାଉଁସିଆପଲ୍ଲୀରେ । ପୋଲିସ ଚଢ଼ାଉ କରି ଅଢେ଼ଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ୟାକିଂ ମେସିନ, ମସଲା ଓ କଞ୍ଚାମାଲକୁ ଜବତ କରିଛି ପୋଲିସ୍ । ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ଚଢ଼ାଉ କରାଯାଇଥିଲା ।