ପୁଣି ଜୟନାରାୟଣଙ୍କ ଟାର୍ଗେଟରେ ମୋ ସରକାର ଏବଂ 5-T

ଭୁବନେଶ୍ୱର:ବିଧାନସଭାରେ ଉଠିଲା ଅପପୃଷ୍ଟି ପ୍ରସଙ୍ଗ । ବିରୋଧୀ ଦଳ ନେତା ପ୍ରସଙ୍ଗ ଉଠାଉ କହିଛନ୍ତି ନଗଡ଼ାଠୁ କଳିଙ୍ଗ ନଗର ଚିତ୍ର ଆହୁରି କଦର୍ଯ୍ୟ ରହିଛି । କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ ଓଡିଶାରେ ୧୯ ପ୍ରତିଶତ ଛୁଆ କମ ଓଜନର ଜନ୍ମ ହେଉଛନ୍ତି । ୩୧ ପ୍ରତିଶତ ଛୁଆ ପୃଷ୍ଟି ହୀନତା ର ଶିକାର, ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି ସେହିଭଳି 61.8 ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ଏଇଟା କଣ ମୋ ସରକାର, ଏଇଟା କଣ 5-T , ଏହା କଣ ଓଡ଼ିଶାର ବିକାଶ ବୋଲି କଲେ ପ୍ରଶ୍ନ କଲେ ଜୟନାରାୟଣ । ବିଭାଗୀୟ ମନ୍ତ୍ରୀ ଏ ନେଇ ଗୃହରେ ଏକ ବିବୃତି ରଖନ୍ତୁ ବୋଲି ଦାବି ବିରୋଧୀ ଦଳ ନେତା ଜୟ ନରାୟଣ ମିଶ୍ର ।