ଭୁବନେଶ୍ୱର: ପୁଣି ଗୃହ ଆରମ୍ବରୁ ହଟ୍ଟଗୋଳ। ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ମିଳିତ ପ୍ରତିବାଦ। ବାଚସ୍ପତିଙ୍କ ପୋଡ଼ିଅମ ନିକଟରେ ପ୍ରତିବାଦ।ରାଜ୍ୟପାଳଙ୍କ ପୁଅଙ୍କ ଗୁଣ୍ଡାଗିରି ଚଳିବ ନାହିଁ, ଓଡ଼ିଆ ପୁଅ କୁ ନ୍ୟାୟ ଦେବା ଆମର ଦାବି,ଓଡ଼ିଆ ଅସ୍ମିତା କୁଆଡେ଼ ଗଲା ନାରା ଦେଇ ବିଜେଡି ସଦସ୍ୟଙ୍କ ପ୍ରତିବାଦ। କଂଗ୍ରେସ ବି ଓଡ଼ିଆ ଅସ୍ମିତା କଥା କହି ଗୃହ ମଧ୍ୟଭାଗକୁ ଓହ୍ଲାଇଥିଲା।ପଏଣ୍ଟ ଅଫ ଅର୍ଡରରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେଉଁ ବିଜେଡି ଆଜି ପ୍ରତିବାଦ କରୁଛି ପୂର୍ବରୁ, ପୁର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଦିବ୍ୟ ଶଙ୍କର ମିଶ୍ରଙ୍କ ଘଟଣାରେ କୁଆଡେ଼ ଯାଇଥିଲ ବୋଲି ପ୍ରଶ୍ନ କରିଛନ୍ତି। ଗୃହ ୪ ଟା ପର୍ଯ୍ୟନ୍ତ ମୁଲତବୀ।