ହିଂଜିଳିକାଟୁ (ରଜନୀ କାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ସରକାରୀ ମେଡିକାଲରେ ଆଜି ଏକ ଅଦ୍ଭୂତ ଶିଶୁ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ସୂଚନା ମିଳିଛି । ସମ୍ମାନ ଦୃଷ୍ଟି ହେତୁ ମା’ର ନାମ ଗୋପନ ରଖାଯାଇଥିବା ବେଳେ ଅଦ୍ଭୂତ ଶିଶୁ ଜନ୍ମ ପରେ ଶିଶୁର ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ଡାକ୍ତର ମାନେ ରେଫର କରିଛନ୍ତି । କିନ୍ତୁ ପରିବାର ଲୋକେ ବ୍ରହ୍ମପୁର ନେବା ବଦଳରେ ଶିଶୁ କୁ ମେଡିକାଲରେ ଛାଡି ଦେଇ କେଉଁଆଡେ ଚାଲିଯାଇଥିବା ସୂଚନା ମିଳିଛି ।