ଦିଲ୍ଲୀ ଦରବାରରେ ଚମକିଲେ ଓଡ଼ିଆ ପୁଅ

0

ଗୁଣୁପୁର / ଦୀପକ କୁମାର ପଣ୍ଡା: ପଲ୍ଲୀରୁ  ଦିଲ୍ଲୀ ଦରବାର ର ସଫଳ ଯାତ୍ରା।ଦିଲ୍ଲୀ ଦରବାରରେ ଚମକିଲେ ଆଉ ଜଣେ ଓଡ଼ିଆ ପୁଅ।  ରାୟଗଡ ଜିଲ୍ଲା ରାମନଗୁଡ଼ା ବ୍ଲକର ଏକ ପଲ୍ଲୀ ଗାଁ ଲିମାପଦର୍। ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ପରିବାର ଏହି ଗାଁ ରେ ବସବାସ କରନ୍ତି। ଗାଁର ବିଶେଷତା ହେଲା ଏଠାକାର ଶତ ପ୍ରତିଶତ ପରିବାର ଶିକ୍ଷିତ ପରିବାର। କେବଳ ଶିକ୍ଷା ନୁହେଁ କଳା ,ସଂସ୍କୃତି ,ରୋଷେୟା ଓ ପନିପରିବା ଚାଷ ରେ ଏହି ପଲ୍ଲୀ ଗାଁ ର ରହିଛି ସ୍ୱତନ୍ତ୍ର ପରିଚୟ।ବର୍ତ୍ତମାନ ଏହି ଗାଁ ର ସଫଳତା ରେ ଯୋଡ଼ି ହେଇଚି ଆଉ ଏକ ଫର୍ଦ୍ଦ। ଏହି ପଲ୍ଲୀ ଗାଁର ସୁଯୋଗ୍ୟ ସନ୍ତାନ ରଞ୍ଜନ ରଥ ଦିଲ୍ଲୀ ଦରବାର ରେ ଚମକିଛନ୍ତି। ଆଇଡିବିଆଇ ବ୍ୟାଙ୍କ୍ ରେ ଚିଫ୍ ଜେନେରାଲ ମ୍ୟାନେଜର ତଥା ଜୋନାଲ ହେଡ ରୂପେ ଅବସ୍ଥାପିତ ଅଛନ୍ତି ଶ୍ରୀ ରଥ। ନିଜର କୁଶଳ କାର୍ଯ୍ୟ ଦକ୍ଷତା ତଥା ସଚ୍ଚୋଟ ମନୋଭାବ ପାଇଁ ସେ ଏହି ସଫଳତା ପାଇଛନ୍ତି। ଆଇଡିବିଆଇ ବ୍ୟାଙ୍କ୍ ର ଲାଭାଂଶ ପ୍ରାୟ ୭୩୫ କୋଟି ଟଙ୍କା ର ଏକ ଚେକ୍ ବ୍ୟାଙ୍କ୍ ର ସିଇଓ ରାକେଶ ଶର୍ମା ଓ ଚିଫ୍ ଜେନେରାଲ ମ୍ୟାନେଜର ରଞ୍ଜନ ରଥଙ୍କ ଉପସ୍ଥିତି ରେ କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଶ୍ରୀ ରଥ ଙ୍କୁ ସାମିଲ ହେବାର ସୁଯୋଗ ଦେଇଥିବା ରୁ ତାଙ୍କ ଗାଁ ରେ ଖୁସି ର ମାହୋଲ ଦେଖାଦେଇଛି।ଶ୍ରୀ ରଥଙ୍କ ର ଏହି ସଫଳତା ପାଇଁ ପ୍ରପନ୍ ତ୍ରିପାଠୀ, ସୁବାସ ଚନ୍ଦ୍ର ପଣ୍ଡା,ଚକ୍ରପାଣି ତ୍ରିପାଠୀ, ଆର ଜି ମହାବିଦ୍ୟାଳୟ ଅଧ୍ୟାପକ ରମେଶ ଚନ୍ଦ୍ର ପଣ୍ଡା ଓ ସୀତାରାମ ଯୁବକ ସଂଘ୍ ର ସଦସ୍ୟ ହର ପ୍ରସାଦ ରଥ, ଚିନ୍ମୟ ପଣ୍ଡା, ମଧୁସୂଦନ ପଣ୍ଡା ଓ ଅକ୍ଷୟ ପଣ୍ଡା ପ୍ରମୁଖ ଶୁଭେଛା ଜଣେଇଛନ୍ତି।