ସହିଦନଗର ଥାନା ଅଧୀନ ଭିଏସ୍ଏସ୍ ନଗର ଫାଣ୍ଡି ନିକଟରେ ଥିବା ଏକ ଓମଫେଡ ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତ କଳା କନା ବୁଲାଇଛନ୍ତି

ଭୁବନେଶ୍ୱର(ସରୋଜ ରାଉତ):-ସହିଦନଗର ଥାନା ଅଧୀନ ଭିଏସ୍ଏସ୍ ନଗର ଫାଣ୍ଡି ନିକଟରେ ଥିବା ଏକ ଓମଫେଡ  ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତ କଳା କନା ବୁଲାଇଛନ୍ତି। ଦୋକାନରେ ଥିବା ଟଙ୍କା, ସିଗାରେଟ, ଚକୋଲେଟ ଆଦି ଲୁଟି ନେଇଛନ୍ତି। ଅଭିଯୋଗ ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।  ସିସିଟିଭିକୁ ପୁଲିସ ଯାଞ୍ଚ କରିଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ସମ୍ପର୍କରେ ପୁଲିସ ଟେର୍ ପାଇନଥିବା ଜଣାପଡ଼ିଛି। ଭିଏସ୍ଏସ୍ ନଗର ମୁଖ୍ୟ ରାସ୍ତା ପାର୍ଶ୍ଵରେ ଉପରୋକ୍ତ ଓମଫେଡ଼ ଦୋକାନ ରହିଛି ନିକଟ ଡାହାଣ ପାର୍ଶ୍ଵରେ ପୁଲିସ ଫାଣ୍ଡି ଅଛି । ସବୁ ସମୟରେ ଏହି ରାସ୍ତାରେ ଗାଡ଼ି ମୋଟର ଯାତାୟାତ କରୁଛି। ପିସିଆର୍ ଭ୍ୟାନ୍ ପଇଁତରା ମାରୁଛି । ଏହା ମଧ୍ୟରେ ବୁଧବାର ରାତିରେ ଏକ ସ୍କୁଟିରେ ଦୁଇ ଜଣ ଦୁର୍ବୃତ୍ତ ଆସି ଦୋକାନ ନିକଟରେ ଗାଡ଼ି ରଖୁଥିଲେ। ଓମଫେଡ ଦୋକାନ ତାଲା ଭାଙ୍ଗି ସର୍ବସ୍ଵ ଲୁଟି ନେଇ ଫେରାର ହେବାରେ ସକ୍ଷମ ହୋଇଥିଲେ।