ଘରେ ଶୋଇ ଥିବା ବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ

କରଞ୍ଜିଆ/ବସନ୍ତ କୁମାର ସୋରେନ: ଘରେ ଶୋଇ ଥିବା ବେଳେ ହାତୀ ଆକ୍ରମଣରେ ବୃଦ୍ଧ ମୃତ, ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ବାଟେ ସାହିରୁ । ଆଜି ବିଳମ୍ବିତ ରାତିରେ ଝାରଖଣ୍ଡ ରାଜ୍ୟ ରୁ ଏକ ଗୋଠଛଡା ଦନ୍ତା ଆସି ବାଟେ ସାହିର ରୁଟି ହେମ୍ବ୍ରମଙ୍କ ଘର ଭାଙ୍ଗିବା ସହିତ ଘରେ ଥିବା ଧାନ ଚାଉଳ ଖାଇବା ପରେ ରୁଟି ହେମ୍ବ୍ରମ ଙ୍କୁ ନିଜ ଘର ଭିତରେ ହିଁ ଦଳି ଚକଟି ମାରି ଦେଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବନବିଭାଗ ଏବଂ ରରୁଆଁ ପୋଲିସ ପହଁଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଶବ ଉଦ୍ଧାର କରାଯାଇ ନାହିଁ ।