ମାଡିଗଲା ସରକାରୀ ଗାଡି

ଅବକାରୀ ଗାଡିର ସିରିଜ୍ ଦୂର୍ଘଟଣା

ଆଜି ସକାଳ ସମୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ସିରିଜ୍ ଦୂର୍ଘଟଣା ଘଟିଯାଇଛି । ଅବକାରୀ ଗାଡି ନଂ ଓଡି ୦୭ଏଏଚ ୯୨୫୬ ଏକ ବୋଲେରୋ ଯେଉଁଥିରେ ଅବକାରୀ ବିଭାଗ ଲେଖା ହୋଇଛି ।ସେହି ଗାଡିଟି ଦୂର୍ଘଟଣା ଘଟେଇଛିାଏହି ଗାଡିଟିକୁ ଧରି ହୁମ୍ବର ଗାଁର ଡ୍ରାଇଭର ଅଶୋକ ଜେନା ଅବକାରି କାର୍ଯ୍ୟାଳୟକୁ ବାହାରିଥିଲେ ।ପ୍ରଥମେ ଛତ୍ରପୁର ରିକାପଲ୍ଲୀ,ପରେ ଜଗନ୍ନାଥ ମନ୍ଦିର ନିକଟ ଓ ଶେଷରେ ଲୋୟର ବସଷ୍ଟାଣ୍ଡ ନିକଟରେ ଜଣେ ବାପା ତା କୁନି ପୁଅକୁ ଧରି ଯାଉଥିବା ବେଳେ ଦୂର୍ଘଟଣା ଘଟାଇଛନ୍ତି ।ଖବର ପାଇବାପରେ ଛତ୍ରପୁର ପୋଲିସ୍ ଗାଡି ଡ୍ରାଇଭ଼ରକୁ କାବୁ କରି ତଦନ୍ତ ଚଳାଇଛି ।