ଦୁଇ ନାବାଳକ ମଧ୍ୟରେ ବଚଶା ହେବାରୁ ପିଠିରେ ପଶିଲା ଲୁହା ରଡ

ବରଗଡ଼ / ସୁଵାସ ଦୋରା : ବରଗଡ଼ ଜିଲ୍ଲାରେ ଜଣେ ବାଳକର ପିଠିରେ ପଶିଲା ଲୁହାରଡ଼ | ଲୁହା ରଡ଼ ଟି ଫୁସଫୁସ ନିକଟକୁ ଲାଗି ଯାଇଥିବାରୁ ତାକୁ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତରଣ କରାଯାଇଛି | ପିଲାଙ୍କ ମଧ୍ୟରେ ଗାଳିଗୁଲଜ ନେଇଛି ଏଭଳି ରୂପ | ଯାହା ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ଚଞ୍ଚଲ୍ୟ ଖେଳାଇଦେଇଛି |
ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଭଟଲି ରଥ ପଡ଼ାର ଦୁଇ ନାବାଳକ ମଧ୍ୟରେ ଗାଳିଗୁଲଜ ହେବାରୁ ଜଣେ ନାବାଳକଙ୍କ ପିଠିରେ ଅନ୍ୟ ଜଣେ ନାବାଳକ ଏକ ଲୁହା ରଡ଼ ଭୁଷିଦେଇଛି | ଫଳରେ ଲୁହା ରଡ଼ ଟି ନାବାଳକର ପିଠି ପଟୁ ପଶି ଫୁସଫୁସ ନିକଟକୁ ଚାଲିଯାଇ ଶରୀରରେ ଲାଗି ରହିଥିବା ସୂଚନା ମିଳିଛି | ଆହତ ନାବାଳକ ହେଲେ ରଥପଡାର ଯାଦବ ପତିକାର | ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ | ମାତ୍ର ଶରୀର ଭିତରେ ଲୁହା ରଡ଼ ଲାଗି ରହିଥିବାରୁ କାଢ଼ିବା ସମ୍ଭବପର ନହେବାରୁ ଉକ୍ତ ନାବାଳକକୁ ବୁର୍ଲା ସ୍ଥାନାନ୍ତରଣ କରାଯାଇଛି |