ଚେନ୍ନାଇରୁ ମଦୁରାଇ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଆକାଶ ମାର୍ଗରେ ଯାନ୍ତ୍ରିକ ତ୍ରୁଟି

ଚେନ୍ନାଇ-: ଚେନ୍ନାଇରୁ ମଦୁରାଇ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଆକାଶ ମାର୍ଗରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ବିମାନଟି ଚେନ୍ନାଇ ଫେରିବାକୁ ପଡିଥିଲା । ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ଅଧ ଘଣ୍ଟା ଉଡାଣ ପରେ, ଇଣ୍ଡିଗୋ ଏୟାରଲାଇନ୍ସର ପାଇଲଟ ଯାନ୍ତ୍ରିକ ତ୍ରୁଟି ବିଷୟରେ ଅବଗତ ହେଲେ ଏବଂ ବିମାନ ଅବତରଣ କରିବା ପାଇଁ ଅନୁମତି ମାଗିଥିଲେ । ଅନୁମତି ମିଳିବ ପରେ ପ୍ରାୟ ୬୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ।