ନୂଆଦିଲ୍ଲୀ: ଭାରତରେ ଲଗାତା ଭୂକମ୍ପର ଝାଟକା ଅନୁଭୁତ ହେବାରେ ଲାଗିଛି । ଗତ କାଲି ଦିଲ୍ଲୀ ଭୂକମ୍ପର ରେ ଥରିଥିଲା ବେଳେ ଆଜି ସକାଳୁ ଉତ୍ତରାଖଣ୍ଡର ପିଥୋରାଗଡରେ ଭୂକମ୍ପର ଝଟକା ଅନୁଭୁତ ହୋଇଛି । ଏହାର ତିର୍ବତା ରିକ୍ଟର ସ୍କେଲେରେ୪ ରେକଡ କରାଯାଇଛି ଥିଲା । ପିଥୋରଗଡ ଠାରୁ ୪୮ କିଲୋମିଟର ଦୂର ଉତ୍ତର-ପୂର୍ବରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।
ଏହାପୂର୍ବରୁ ଅକ୍ଟୋବର ୫ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ହୋଇଥିଲା। ଭାରତୀୟ ଭୂକମ୍ପ କେନ୍ଦ୍ରର ସୂଚନା ଅନୁସାରେ ବିଳମ୍ବିତ ରାତିରେ ୩.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସେହିପରି ରବିବାର ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏନସିଆର୍ ସମେତ ଗୁରୁଗ୍ରାମ, ଗାଜିଆବାଦ, ନୋଏଡା ଓ ଫରିଦାବାଦରେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ କରିଥିଲେ ଲୋକେ । ଫଳରେ ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୨ ରେକର୍ଡ କରାଯାଇଥିଲା । ଭୂମିକମ୍ପ ପ୍ରାୟ ୪ଟା ୮ ମିନିଟରେ ହୋଇଥିଲା ।