ଜାତୀୟ ମହିଳା ଆୟୋଗଙ୍କ ସହେଯାଗିତାରେ ସଚେତନତା ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର ( ଓମପ୍ରକାଶ ମିଶ୍ର) : ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ହିରଣମୟ ବିଶୋଇଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରଙ୍କ ପକ୍ଷରୁ ମିଶନଶକ୍ତି ଭବନଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଜାତୀୟ ମହିଳା ଆୟୋଗ ନୂଆଦିଲ୍ଲୀ ଙ୍କ ମିଳିତ ସହଯୋଗ ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ଅଙ୍ଗନବାଡି କର୍ମୀ, ମହିଳା ପୋଲିସ, ମହିଳା ଶିକ୍ଷକ, ମହିଳା ସ୍ୱଛାସେବୀ ମାନେ ଯୋଗ ଦେଇଥିଲେ।ଏହି ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ସଚିବ ଶ୍ରୀମତୀ ସଶ୍ମିତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାଗତ ଭାଷଣ ଦେଇଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅନିତା ହୋତା ପ୍ରମୁଖ ଉପସ୍ଥିତ ଥିବା ଆଇନ ସେବା ଉପରେ ଆଲୋକପାତ କରିଥିଲେ।ଆଇନସେବା ପ୍ରାଧିକରଣ ର ବିନ୍ଦୁସାର ମହାପାତ୍ର, କେଶବ ଗୁରୁ, ରଞ୍ଜନ କୁମାର ଭୋଇ ପ୍ରମୁଖ ସହଯୋଗ କରିଥିଲେ।