ଜାମଦା ବିଡ଼ିଓଙ୍କ ବଦଳି ପ୍ରତିବାଦରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ

(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକର ପଞ୍ଚାୟତ ସମିତିରେ ଆଜି ବିଡ଼ିଓଙ୍କ ବଦଳି ପ୍ରତିବାଦରେ ବ୍ଳକ ଅଧ୍ୟକ୍ଷା ମାଳତୀ ଆଲଦାଙ୍କ ସଭାପତିତ୍ୱରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି।ଏହି ସର୍ବଦଳୀୟ ବୈଠକରେ ଜାମଦା ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି ଯଥା-ସମିତି ସଭ୍ୟ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଏବଂ ପୂର୍ବତନ ଜାମଦା ବ୍ଲକର ଅଧକ୍ଷ,ଅଧ୍ୟକ୍ଷା ତଥା ପୂର୍ବତନ ଜିଲ୍ଲାପରିଷଦ, ପୂର୍ବତନ ସରପଞ୍ଚ ମାନେ ମଧ୍ୟ ଉପସ୍ଥିତ ଥିଲେ।ଗତ ୮ରେ ଜାମଦା ବିଡ଼ିଓଙ୍କ ବଦଳି ପ୍ରତିବାଦରେ ଏକ ସର୍ବଦଳୀୟ ବୈଠକରେ ଲିଖିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ-ଯଦି ଆଠ ଦିନ ମଧ୍ୟରେ ଜାମଦା ବିଡ଼ିଓଙ୍କୁ ବଦଳି କରାନଯାଏ ତାହାଲେ ଆନ୍ଦୋଳନ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜିକୁ ଆଠ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ ଜାମଦା ବିଡ଼ିଓଙ୍କ ଉପରେ କିଛି କାର୍ୟନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଜାମଦା ବ୍ଲକର ଜନସାଧାରଣଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରୁଛି।ଏହି ବୈଠକରେ ବରିଷ୍ଠ ବିଜେଡି ନେତା ସୁବାଷ ଚନ୍ଦ୍ର ମଣ୍ଡଳ ତାଙ୍କ ବ୍ୟକ୍ତବ୍ୟ କହିଥିଲେ ଚାଳିଶି ବର୍ଷ ରାଜନୀତି ଜୀବନରେ ଏଭଳିଆ ବିଡ଼ିଓ କେବେବି ଦେଖିନଥିଲି।କରୋନା ମହାମାରୀ ସମୟରେ ଯମଦା ବ୍ଲକରେ ଯେତେ ଗୁଡାଏ ଟିଏମସି ସେଣ୍ଟର ହୋଇଥିଲା ସେସବୁର ଯାହାବି ଜିନିଷ ପତ୍ର କିଣାଯାଇଥିଲା ସେ ବାବଦରେ କୋଣସି ସରପଞ୍ଚ ମାନେ କିଛିବି ଜାଣିନାହାନ୍ତି। ଏମିତି କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଆରମ୍ଭ କରି ପାଇଖାନା କାମ ପର୍ୟ୍ୟନ୍ତ କିଛି ନିର୍ଦିଷ୍ଟ ଦଲାଲଙ୍କ ମାଧମରେ ବିଡ଼ିଓ ତାଙ୍କର ଏକ ଛତ୍ରବାଦୀ ଶାସନ ଚଳାଇଛନ୍ତି ବୋଲି ବରିଷ୍ଠ ବିଜେଡି ନେତା ସୁବାଷ ଚନ୍ଦ୍ର ମଣ୍ଡଳ କହିଛନ୍ତି।ତେଣୁ କରି ଏଭଳି ଏକ ଛତ୍ରବାଦୀ ଶାସନ କରୁଥିବା ଜାମଦା ବିଡିଓକୁ ଜାମଦା ବ୍ଲକରୁ ବଦଳି କରିବା ନିହାତି ଜରୁରୀ ବୋଲି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ପ୍ରତିନିଧି ବିଜୁ ଗୋପାଳ ଗୋପ କହିଛନ୍ତି।ଏଭଳି ଦୁର୍ନୀତି କରୁଥିବା ବିଡିଓକୁ ଆଠ ଦିନ ଭିତରେ ବଦଳି କରାନଗଲେ ଯମଦା ବ୍ଲକରେ ତାଲା ପକାଇବା ସହିତ ସର୍ବଦଳୀୟ କମୀ ମାନେ ଜାମଦା ବ୍ଲକ ସମୁଖିରେ ଆମରଣ ଅନଶନ କରିବେ ବୋଲି ପୂର୍ବତନ ଚେୟାରମ୍ୟାନ ହେଲେନା ବାଗେ କହିଛନ୍ତି।