ଆସନ୍ତା ୧୦ରେ ଓଡିଶା ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ଓଡିଶା ଗସ୍ତରେ ଆସିବେ ଅମିତ ଶାହ । ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ଶାହଙ୍କର ଏହା ଦୁଇ ଦିନିଆ ଗସ୍ତ ହୋଇଥିବା ସୂଚନା ରହିଛି । ତେବେ କୁହାଯାଉଛି ଏହି ଗସ୍ତରେ ଅମିତ ଶାହ ଜଟଣୀ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସନ୍ଧ୍ୟାରେ ପୁରୀ ଯାଇ ଶ୍ର ଜିଉଙ୍କ ଦର୍ଶନ କରି ସେଠାରେ ରାତ୍ରୀ ଯାପନ କରିବେ ।