ଆଜି ପୁଣି ଓଡିଶା ଆସୁଛନ୍ତି ଅମିତ ଶାହ, କରିବେ ୩ ଟି ସ୍ଥାନରେ ପ୍ରଚାର

ଭୁବନେଶ୍ୱର: ଆଜି ପୁଣି ଓଡିଶା ଆସୁଛନ୍ତି ଅମିତ ଶାହ । ରାଜ୍ୟର ୩ ଟି ସ୍ଥାନରେ ପ୍ରଚାର କରିବେ । ପ୍ରଥମେ ଭଦ୍ରକ ଚାନ୍ଦବାଲିରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ପରେ ଯାଜପୁରର କୋରେଇ ବିଧାନସଭା କ୍ଷେତ୍ରରେ କ୍ୟାମ୍ପେନ କରିବେ । ଶେଷରେ ନିମାପଡାରେ ପ୍ରଚାର କରିବେ ଶାହ । ୩ଟି ସଂସଦୀୟ କ୍ଷେତ୍ରର ୩ଟି ଅଲଗା ଅଲଗା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ । ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏହା ହଧୀନରେ ଥିବା ୪୨ଟଇ ବିଧାନସଭା ଆସନ ପାଇଁ ଜୁନ ୧ରେ ଭୋଟ ପଡିବ । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ପ୍ରଚାର ପାଇଁ ହାତରେ ରହିଲା ଆଉ ମାତ୍ର ୩ ଦିନ । ପ୍ରଚାର ମଇଦାନରେ ସୁବୁ ଦଳର ହେଭିୱେଟଙ୍କ ଭିଡ ଦେଖିବାକୁ ମିଳୁଛି । ସେହିପରି ଆସନ୍ତା କାଲି ପୁଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଆସବେ । ସେ ମଧ୍ୟ ୩ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ।