ଚୀନର ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ରମାରି ଖସାଇଲା ଆମେରିକା

0

ଆମେରିକା : ଚୀନର ଗୁଇନ୍ଦା ବେଲୁନକୁ ଆକାଶରେ ହିଁ ନଷ୍ଟ କରିଦେଲା ଆମେରିକା । ଆକାଶରେ ଉଡୁଥିବା ସ୍ପାଏ ବେଲୁନକୁ କ୍ଷେପଣାସ୍ତ୍ର ମାଡ କରି ନଷ୍ଟ କରିଛି ଆମେରିକା ସେନା ।ଫେବୃଆରୀ ୧ରେ ଆମେରିକାର ପଶ୍ଚିମ ପ୍ରାନ୍ତରେ ଏହି ଗୁଇନ୍ଦା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ନେଇ ପେଂଟାଗନ ଅଫିସରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା ।ଚୀନର ଏହି ବେଲୁନକୁ ଉଡାଇବାକୁ ଏତେ ସହଜ ନଥିଲା । ଏହି ସ୍ପାଏ ବେଲୁନଟି ୫୮ ହଜାର ଫୁଟ ଉଚ୍ଚରେ ଉଡୁଥିଲା । ଚୀନର ଏହି ବେଲୁନରେ ସେନସର ସହିତ ଅନେକ କିଛି ସକ୍ରିୟ ରହିଥିଲା । ତେଣୁ ହଠାତ୍ ବେଲୁନଟିକୁ ଉଡାଇବାକୁ ଚେଷ୍ଟା କଲେ ବଡ ବିସ୍ପୋରଣ ହେବାର ସମ୍ଭାବନା ମଧ୍ୟ ଥିଲା । ତେଣୁ ଆମେରିକାର ଏୟାରଫୋର୍ସ ଏଫ-୨୨ ଫାଇଟର ଜେଟ ଲଗାଇ ଉଡାଇ ଦେଇଛି । ଉକ୍ତ ପ୍ରକାଣ୍ଡ ବେଲୁନ୍‌ଟି ସ୍ଥଳଭାଗ ଉପରେ ଥିବାରୁ ବିସ୍ଫୋରଣ ପରେ ତାହାର ଭଗ୍ନାଂଶଗୁଡ଼ିକ ଜନବସତି ଅଞ୍ଚଳରେ ପଡ଼ି ଅନିଷ୍ଟ କରିବାର ଆଶଙ୍କା ଥିବା ଦର୍ଶାଇ ପେଣ୍ଟାଗନ୍‌ କହିଥିଲା କି, ବେଲୁନ୍‌ଟି ସମୁଦ୍ର ଉପର ଆକାଶକୁ ଗଲେ ଯାହା କିଛି କରାଯିବ। ଏବେ ସେମାନେ ତାହାକୁ ଖସାଇବାରେ ସଫଳ ହୋଇଛନ୍ତି। ସେପଟେ ବେଲୁନ ନଷ୍ଟ ହେବା ପରେ ଚୀନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |