ବିକ୍ରମ ଭଟ୍ଟଙ୍କ ଚକ୍କରରେ ପଡ଼ି ଖରାପ ହୋଇଥିଲା ଅମିିଷାଙ୍କ ଫିଲ୍ମ କ୍ୟାରିୟର

(ଶୁଭସ୍ମିତା ଦାଶ): ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହିତ ଅମିଷା ପଟେଲ୍ “ଆପ ମୁଝେ ଅଛେ ଲଗନେ ଲଗେ’’ ଫିଲ୍ମରେ କାମ କରିଥିଲେ । ସେହି ସମୟରେ ଚର୍ଚ୍ଚା ହୋଇଥିଲା ଯେ ବିକ୍ରମ ଓ ଅମୀଷା ବାହା ହେବେ । ସେମାନଙ୍କ ପ୍ରେମ ସଂର୍ପକ ପ୍ରାୟ ପାଞ୍ଚବର୍ଷ ଧରି ଚାଲିଥିଲା । ତା ପରେ ଦୁହେଁ ପରସ୍ପର ଠାରୁ ଦୂରେଇ ଯାଇଥିଲେ । ଏହା ଅମିଷାଙ୍କ ଫିଲ୍ମ କ୍ୟାରିଅର ଉପରେ ଖରାପ ପ୍ରଭାବ ପକାଇଥିଲା ଏପରିକି ମଧ୍ୟ କୁହାଯାଏ ଯେ ବିକ୍ରମ ଭଟ୍ଟଙ୍କ ସହିତ ଆଫେଆର ଚକ୍କରରେ ପଡ଼ି ଅମିଷା ପଟେଲ ତାଙ୍କ କ୍ୟାରିଅରକୁ ବାରବାଦ କରିଥିଲେ । “କହୋ ନା ପ୍ୟାର ହେ” ଫିଲ୍ମ ଜରିଆରେ ଅମିଷା ପଟେଲ ରୂପେଲି ପରଦାରେ ନିଜ ପାଦ ଥାପି ଥିଲେ । ସୌଭାଗ୍ୟବଶତଃ ଏହା ସୁପର ହିଟ ହୋଇ ତାଙ୍କ ପାଇଁ ଆଣିଥିଲା ଦର୍ଶକଙ୍କର ଭଲପାଇବା । ତାଙ୍କର ଦ୍ୱିତୀୟ ସିନେମା ଥିଲା “ଗ଼ଦ୍ଦର ଏକ ପ୍ରେମ କଥା’ । ଏହା ମଧ୍ୟ ବ୍ଲକବଷ୍ଟର ହୋଇଥିଲା । କିନ୍ତୁ ଏହା ପରେ ତାଙ୍କର ଫିଲ୍ମ ଲଗାତର ଫ୍ଲପ ହୋଇଥିଲା ।