ନୂଆଦିଲ୍ଲୀ : ଭାରତର ପ୍ରଥମ ସିଡିଏସ୍ ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ଆଣି ଆସୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଏମ୍ବାଟୁରର ମେଟ୍ଟାପଳୟମର ଘାଟି ରାସ୍ତାରେ ହୋଇଥିଲା ଦୁର୍ଘଟଣା ।ଗତକାଲି କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ । ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣ ଏହି ଦୁର୍ଘଟଣାରେ ହୋଇଥିଲେ ସହିଦ ।ସମସ୍ତ ସହିଦ ମାନଙ୍କ ପାର୍ଥିବ ଶରୀର ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଆସିବ । ତେବେ ସକାଳେ ୩ଟି ଆମ୍ବୁଲାନ୍ସରେ ୧୩ ଜଣଙ୍କ ପାର୍ଥିବ ଶରୀରକୁ ୱେଲିଂଟନରୁ ସୁଲୁରକୁ ଅଣାଯାଉଥିଲା । କିନ୍ତୁ ଘାଟି ରାସ୍ତାରେ ଘଟିଥିଲା ଦୁର୍ଘଟଣା । ଏହାପରେ ଆଉ ଏକ ଆମ୍ବୁଲାନ୍ସରେ ତାଙ୍କ ପାର୍ଥିବ ଶରୀରକୁ ପଠାଯାଇଥିଲା । କେଉଁ କାରଣରୁ ଘଟିଛି ଏହି ଦୁର୍ଘଟଣା , ତାହା ନେଇ ଏ ପର୍ଯ୍ୟନ୍ତ ମିଳିନାହିଁ କୌଣସି ନିର୍ଦ୍ଧିଷ୍ଟ ସୂଚନା ।